Odisha news

କନେଷ୍ଟବଲ ଉନେଶ ନାୟକଙ୍କ କୋଭିଡ୍ ରେ ମୃତ୍ୟୁ : କୋରନା ଯୋଦ୍ଧାଙ୍କୁ ଦିଆଗଲା ଶେଷ ସମ୍ମାନ

0

ଫୁଲବାଣୀ (ସନ୍ତୋଷ ମିଶ୍ର ):  ପୁଣି ଜଣେ ଜିଲ୍ଲାର ପୁଲିସ୍ ବିଭାଗର କର୍ମଚାରୀଙ୍କ କୋଭିଡ୍ ରେ ମୃତୁ୍ୟ ହୋଇ ଯାଇଛି । କନେଷ୍ଟବଲ୍ ଥିବା ଉନେଶ ନାୟକ କୋଭିଡ୍ ଦାୟିତ୍ୱ ନିର୍ବାହ କରୁ କରୁ ନିଜେ କୋଭିଡ୍ ରେ ଆକ୍ରାନ୍ତ ହୋଇ ପଡିଥିଲେ । ତାଙ୍କୁ ପ୍ରଥମେ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଥିବା ।

ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ୨୫ ତାରିଖରେ ଦେହାନ୍ତ ହୋଇ ଯାଇଛି । ଆଜି ତାଙ୍କ ମରଶରୀର ଫୁଲବାଣୀ ରିଜର୍ଭ ପୁଲିସ୍ କାର୍ଯ୍ୟାଳୟକୁ ଅଣା ଯିବା ପରେ ପରିବାର ଲୋକଙ୍କ ଉପସ୍ଥିତିରେ ଶେଷ ସମ୍ମାନ ପ୍ରଦର୍ଶ ନକରାଯାଇଥିଲା ।

ଜିଲ୍ଲାପାଳ ଡା ବୃନ୍ଦା ଡି, ଏସପି ଭୀନିତେ ଅଗ୍ରୱାଲଙ୍କ ସମେତ ଅନ୍ୟ ପୁଲିସ ଅଧିୁକାରୀ ପୁଷ୍ପଗୁଚ୍ଛା ଦେଇ ଶେଷ ସମ୍ମାନ ଜଣାଇଥିଲେ । ପରେ ପରିବାର ସଦସ୍ୟଙ୍କ ଉପସ୍ଥିତରେ କେନ୍ଦୁପଦର ସ୍ଥିତ କବରଖାନାରେ ମରଶରୀରକୁ କବର ଦିଆଯାଇଥିଲା । ସ୍ୱର୍ଗତ ନାୟକ୧୯୬୨ ମସିହା ଜୁଲାଇ ୪ରେ ଜି ଉଦୟଗିରି ବ୍ଲକ ବେଦାନାଜୁ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୨ ସେପ୍ଟମ୍ବର ୧ ତାରିଖରେ ସେ କନ୍ଧମାଳ ଜିଲ୍ଲା ପୁଲିସରେ କନେଷ୍ଟବଲ୍ ଭାବେ ନିଯୁକ୍ତି ପାଇଥିଲେ । ଶେଷ ପୋଷ୍ଟିଙ୍ଗ ଭାବେ ସେ ଦାରିଙ୍ଗବାଡି କୋର୍ଟରେ କାର୍ଯ୍ୟରତ ଥିଲେ । ତାଙ୍କ ବିୟୋଗରେ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

Nalco
Leave A Reply