କନ୍ଧମାଳ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ପେଟୋ୍ରଲିଙ୍ଗ ବେଳେ ଗୋଟିଏ କାର ଭିତରୁ ଦୁଇଟି ବସ୍ତାରେ ୩୦ କିଗ୍ରା ଗଞ୍ଜେଇ ଜବତ କରିଛି । ବାଲିଗୁଡା ଥାନା ମହାସିଙ୍ଗି ଅଂଚଳରେ ପୋଲିସ ପେଟୋ୍ରଲିଙ୍ଗ କରୁଥିବାବେଳେ ସେଠାରେ ଗୋଟିଏ ରିନାଲ୍ଟ କାରକୁ ତନଖି କରିଥିଲେ ପୋଲିସ ଏସଆଇ ରବିନ୍ଦ୍ର ମୁଣ୍ଡାରୀ ।
ସେଥିରେ ତାଙ୍କୁ ଦୁଇଟି ଜରି ବସ୍ତାରେ ୩୦ କିଗ୍ରା ଗଞ୍ଜେଇ ମିଳିଥିଲା । ପୋଲିସ ଏହି ଗଞ୍ଜେଇକୁ ଜବତ କରିବାସହିତ ସେହି କାର୍ଯ୍ୟରେ ଲିପ୍ତ ଥିବା ମଧ୍ୟପ୍ରଦେଶ ସାହାଜପୁର ଅଂଚଳର ରାମଚନ୍ଦ୍ର ବେରାଗୀ,ବୌଦ୍ଧ ଜିଲ୍ଲା ବନ୍ଧପଡାର ଇନ୍ଦ୍ରଜିତ କହଁର ଓ ବାଲିଗୁଡା ଥାନା ଅଂଚଳର ଡୁଡୁଗୁମ ଗ୍ରାମର ଦୁଖିଶ୍ୟାମ ମଲ୍ଲିକଙ୍କୁ ଗିରଫ କରିବାସହିତ ଚାଲାଣ କାର୍ଯ୍ୟରେ ସମ୍ପୃକ୍ତ କାର (ଆର.ଜେ.୧୧ସିଏ୩୧୯୮)କୁ ଜବତ କରିବା ସହିତ ସେମାନଙ୍କ ବିରୋଧରେ ଏକ ମାମଲା ୧୭୪/୨୦୨୦ ରୁଜ୍ଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ସୁତ୍ରରୁ ଜଣାପଡିଛି ।
