ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ସୁଡୃକୁମ୍ପା ପଂଚାୟତର ବଡଘରା ଗ୍ରାମରେ ୫ଜଣଙ୍କ କରୋନା ଆକ୍ରାନ୍ତ ଚିହ୍ନଟ ଜଣାପଡିଲାପରେ ଶୁକ୍ରବାର ଦିନ ବିଡିଓ ରବିନ୍ଦ୍ର ନାଥ କହଁର ଓ ଖଜୁରୀପଡ଼ା ଡାକ୍ତର ଦଳ ବଡଘରା ଗ୍ରାମରେ ପହଂଚି ଚାରଆଡେ ସାନୀଟାଇଜର ସିଂଚନ କରିବା ସହିତ ଜୀବାଣୁ ନାସକ ପାଉଡର ପକାଇ ଯେଉଁମାନଙ୍କ ପଜେଟିଭ ଚିହ୍ନଟ ହୋଇଛି ସେମାନଙ୍କ ଔଷଧ ସେବନ ପାଇଁ ଦେଇ ସେମାନଙ୍କ କୌଣସି ଲକ୍ଷଣ ଜଣାପଡୁନଥିବା ହେତୁ ହୋମ କ୍ୱାରେଣ୍ଟାଇନରେ ରହି ଚିକିସôା ହେବାକୁ ପରାମର୍ଶ ଦେଇଥିବା ବେଳେ ଗ୍ରାମର ଅନ୍ୟ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୁରତା ରକ୍ଷା କରି ଚଳିବାକୁ ପରାମର୍ଶ ଦେଇଥିବା ସୁଚନା ମିଳିଛି । ଭୟ କରିବାର ଦରକାର ନାହିଁ ବୋଲି ବିଡିଓ ସମସ୍ତଙ୍କୁ କହିଛନ୍ତି । ତଥାପି ଏନେଇ ଆଖପାଖ ଅଂଚଳରେ ଭୟର ପ୍ରଭାବ ପଡିଥିବା ଅଂଚଳବାସୀ ପ୍ରକାଶ କରିଛନ୍ତି । ଆକ୍ରାନ୍ତ ମଧ୍ୟରେ ଦୁଇଜଣ କୋଭିଡ ଯୋଦ୍ଧା ଅଙ୍ଗନ ବାଡିକର୍ମୀ ଓ ଆଶାକର୍ମୀ ଥିବାବେଳେ ଆଉ ତିନି ଜଣ ଗ୍ରାମବାସୀ ଅଛନ୍ତି ।
