ନୂଆଦିଲ୍ଲୀ: ଶନିବାର ଦିନ ସପ୍ତମ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ମୂଲ୍ୟ ସଂଶୋଧନ ପରେ ପେଟ୍ରୋଲ ୫୯ରୁ ୬୧ ପଇସା ବଢିଥିବାବେଳେ ହୋଇଥିବାବେଳେ ଦେଶର ପ୍ରମୁଖ ସହରଗୁଡ଼ିକରେ ଡିଜେଲ ମୂଲ୍ୟ ୫୦ରୁ ୬୦ ବୃଦ୍ଧି ପାଇଛି।
ଗତ ୬ ଦିନ ମଧ୍ୟରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ୯୦ ପଇସା ଏବଂ ଡିଜେଲର ମୂଲ୍ୟ ପ୍ରାୟ ୪ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଆଜି ୭୫ ଟଙ୍କା ଅତିକ୍ରମ କରିଛି। ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୭୪.୫୭ ଥିବାବେଳେ ଆଜି ୭୫ଟଙ୍କା ୧୬ ପଇସାକୁ ବୃଦ୍ଧି ପାଇଛି। ସେହିପରି ଗତକାଲି ଡିଜେଲ ୭୩.୩୯ ଟଙ୍କା ରେ ଲିଟର ତୁଳନାରେ ୭୨.୮୨ ଟଙ୍କା ଥିଲା
ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟର ତଥ୍ୟ ଅନୁଯାୟୀ, ମୁମ୍ବାଇରେ ପେଟ୍ରୋଲ ଲିଟର ୮୩.୧୦ଟଙ୍କା ଥିବାବେଳେ ଡିଜଲ ଦର ୭୨୦୩ ଟଙ୍କା ରହିଛି। ସେହିପରି କୋଲକାତାରେ ପେଟ୍ରୋଲ ଦର ୭୭.୦୬ ଥିବାବେଳେ ଡିଜେଲ ଦର ୬୯.୨୩ ଟଙ୍କା ରହିଛି।