Odisha news

ଭାରତ ଇତିହାସର ସବୁଠୁ ବଡ ଚଢ଼ାଉ : ପଇସା ବୋହିବା ପାଇଁ ଡାକିବାକୁ ପଡିଲା ଟ୍ରକ

0

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ବିଧାନସଭା ମତଦାନ ଆଗକୁ ଆସୁଥିବା ବେଳେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଅଧିକ ସଜାଗ ହୋଇ ଯାଇଛି l କାହିଁକି ନା ମତଦାନ ସମୟରେ ପଇସାର ଖରାପ ଉପଯୋଗ କରାଯିବାର ସମ୍ଭାବନା ରହିଛି l ଏହାକୁ ନେଇ ଗୁରୁବାର ଦିନ କାନପୁର ରେ ଅତର ବ୍ୟବସାୟୀଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା l ସେଠାରେ ଯାହା ଘଟିଥିଲା ତାହା ଆୟକର ବିଭାଗର ହୋସ ଉଡାଇ ଦେଇଥିଲା l

କାନପୁର ଜଣେ ବ୍ୟବସାୟୀ ପିୟୁଷ ଜୈନ ଙ୍କ ଘରୁ ପାଖାପାଖି ୧୫୦ କୋଟି ଟଙ୍କା ଜବତ କରାଯାଇ ଥିଲା l ସେ ପଇସା ବଂଡଲ ଏତେ ଗୁଡିଏ ଥିଲା ଯେ ଚଢ଼ାଉ କରିବାକୁ ଯାଇଥିବା ଅଧିକାରୀ ମାନେ ଗଣି ଗଣି ଥକି ଗଲେ ଓ ୧୫ ଟି ମେସିନ ମଗେଇବାକୁ ପଡିଲା l ମିଳିଥିବା ସୂଚନା ଅନୁସାରେ ଏହି ଚଢ଼ାଉ ସମୟରେ ପାଖାପାଖି ୧୫୦ କୋଟି ଟଙ୍କା ଜବତ କରା ଯାଇଥିଲା l ଇନକମ ଟ୍ୟାକ୍ସ ବିଭାଗକୁ ସୂଚନା ମିଳିଥିଲା ଯେ ଜୈନ ଙ୍କ କମ୍ପାନୀ ବିଭିନ୍ନ ପରଫ୍ୟୁମ ପ୍ରସ୍ତୁତ କରୁଛି l ବିନା ଜିଏସଟି ରେ କାମ କରୁଛି l

ଏହାପରେ ତାଙ୍କର ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା, ଯେଉଁଠୁ ୧୫୦ କୋଟି ଟଙ୍କା ଜବତ ହୋଇଥିଲା l ଭାରତ ଇତିହାସରେ ଏହା ସବୁଠୁ ବଡ ଚଢ଼ାଉ l ବର୍ତମାନ ସୁଦ୍ଧା ଏହି କେଶ ରେ କେହି ଗିରଫ ହୋଇ ନାହାନ୍ତି l ଏତେ ବଡ ରିକଭରୀ ପାଇଁ ବିଭାଗ ପକ୍ଷରୁ ଟ୍ରକ ମଗା ଯାଇଥିଲା ପଇସା ନେବା ପାଇଁ l ଯେଉଁଥିରେ ୨୫ ଟି ବକ୍ସ ସାମିଲ ଥିଲା l ଏହି ପରଫ୍ୟୁମ କମ୍ପାନୀ ର ନାମ ହେଉଛି ତ୍ରିମୁର୍ତ୍ତି ଫ୍ରଗନାନ୍ସ l ଏମାନଙ୍କ ଉପରେ ନକଲି କମ୍ପାନୀ ଗୁଡିକର ଇନଭଏସ ଜାରି କରିବାର ଅଭିଯୋଗ ଲାଗି ଥିଲା l ପିୟୁଷ ଜୈନ ଙ୍କର ମୁମ୍ବାଇ ରେ ମଧ୍ୟ କମ୍ପାନୀ ରହିଛି ଓ ତାହା ମଧ୍ୟ ରେଜିଷ୍ଟର ହୋଇଛି l ଗୁଜୁରାଟ ରେ ମଧ୍ୟ ପରଫ୍ୟୁମ କମ୍ପାନୀ ଓ ଘରଦ୍ୱାର ରହିଛି l

ଏକ ସାଙ୍ଗରେ ୩ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଥିଲା l

Leave A Reply