ପାଟଣାଗଟ ୧୩।୮ : ପାଟଣାଗଡ ବ୍ଲକ ଅନ୍ତର୍ଗତ ତେଣ୍ଡାପଦର ଗ୍ରାମପଞ୍ଚାୟତ ସାନବାବେଯୁରୀ ଗାଁ ସ୍କୁଲରେ ଜଣେ ଶିକ୍ଷୟିତ୍ରୀରେ ପାଠପଢ଼ା ଚାଲିଛି । ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ୬୯ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ଗୋଟିଏ ଶିକ୍ଷୟିତ୍ରୀ ଙ୍କ ଉପରେ ନିର୍ଭର କରୁଛନ୍ତି ।ଏହି ସ୍କୁଲରେ ଜଣେ ଶିକ୍ଷୟତ୍ରୀ ଙ୍କ ଦ୍ୱାରା ଚାଲିଛି ପାଠପଢା, ଜଣେ ଶିକ୍ଷୟିତ୍ରୀ ୬୯ ଜଣ ଛାତ୍ରଛାତ୍ରୀ ଙ୍କୁ ପଢାଇବା ଏବଂ ଅଫିସ୍ କାମ କରିବାକୁ ପଡିଥାଏ । ଚାରୋଟି ଶ୍ରେଣୀ ଗୃହ ମଧ୍ୟରହିଛି । ଏହି ବିଦ୍ୟାଳୟରେ ସ୍କୁଲର ସଭାପତି ଏବଂ ଅଭିଭାବକ ଙ୍କ କହିବା ଅନୁସାରେ ସେମାନେ ଗତ ଛଅ ମାସ ତଳେ ବି.ଇ.ଓ, ଡ଼ି. ଇ.ଓ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଙ୍କୁ ଭେଟି ତାଙ୍କ ଦାବୀ ଜଣାଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସମାଧାନ ହୋଇ ପାରୁ ନାହିଁ । ଯଦି ଆଗାମୀ ଦିନରେ ଏହି ସ୍କୁଲକୁ ଶିକ୍ଷକ ନଦିଆଯାଏ, ତାହାଲେ ସ୍କୁଲ ବନ୍ଦ କରିବେ ସହ ରାଜ ରାସ୍ତାକୁ ଉଲ୍ଲେଇବୁ ବୋଲି ଦାବି କରିଛନ୍ତି ।