ଜାତୀୟ ସ୍ତରରେ ଆଳୁ ଅମଳ ଏକର ପ୍ରତି ୬୪ କ୍ୱିଣ୍ଟାଲ ହୋଇଥିବାବେଳେ ଓଡ଼ିଶାରେ ହାରାହାରି ଅମଳ ଏକର ପ୍ରତି ୪୨.୪୦ କ୍ୱିଣ୍ଟାଲ । ତେଣୁ ଆମକୁ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରି ଅଧିକ ଅମଳ କରିବା ଦରକାର ।
ମୃତ୍ତିକା ଓ ଜଳବାୟୁ: ଆମ ରାଜ୍ୟରେ ଅଧିକାଂଶ ମୃତ୍ତିକା ଓ ଜଳବାୟୁ ଆଳୁ ଚାଷ ପାଇଁ ଉପଯୁକ୍ତ । ବାଲିଆ, ଦୋରସା ମାଟି ଓ ଉତ୍ତମ ଜୈବିକ ଅଂଶଥିବା ମାଟି ଆଳୁଚାଷ ପାଇଁ ଉପଯୁକ୍ତ ।
ବିହନ ଓ ବିହନ ବିଶୋଧନ: ଅଧିକ ଅମଳକ୍ଷମ ଉନ୍ନତ ଓ ପ୍ରମାଣିତ ଆଳୁ ବିହନରୁ ଅଧିକ ଅମଳ ମିଳେ । ଆମ ରାଜ୍ୟ ପାଇଁ କୁଫି୍ର ଚନ୍ଦ୍ରମୁଖୀ, କୁଫି୍ର ଜ୍ୟୋତି ଓ କୁଫି୍ର ସୁନ୍ଦରୀ ଅନୁମୋଦିତ କିସମ ଅଟେ । ବିହନ ଆଳୁ (ଗୋଟା ବା ଖଣ୍ଡ) ଅନୁନ୍ୟ ୧୫-୨୦ ଗ୍ରାମ ଓଜନର ହେବା ଦରକାର । ଆଳୁର ଆକାର ହିସାବରେ ଏକରକୁ ୬-୮ କ୍ୱିଣ୍ଟାଲ ବିହନ ଆଳୁ ଦରକାର । ଶୀତଳ ଭଣ୍ଡାରରୁ ଆଳୁ ଲଗାଇବାର ୧୦-୧୨ ଦିନ ଆଗରୁ ବାହାର କରି ଶୁଖାଇ ଦିଆଯାଏ । ତା’ପରେ ଚଟାଣରେ ଖେଳାଇଦେଇ ନଡା ଘୋଡାଇ ଦିଆଯାଏ । ୫-୬ ଦିନ ପରେ ଗଜା ବାହାରେ । ଆଳୁ ସାଧାରଣତ ୨୦ଂ ସେଲସିୟସ ତାପମାତ୍ରା ଓ ୬୦-୮୦% ଆଦ୍ରତାରେ ଭଲ ଗଜା ହୁଏ । ପ୍ରତି ଖଣ୍ଡ ଆଳୁରେ ୨-୩ଟି ଆଖି ରହିବା ଦରକାର ।
ବିହନ ବିଶୋଧନ ଲାଗି ବୋରିକ୍ ଏସିଡ୍ (୩%) ଦ୍ରବଣରେ ୨୦-୩୦ ମିନିଟ୍ ପର୍ଯ୍ୟନ୍ତ ବୁଡାଇ ରଖିଲେ ଆଳୁର ଯାଦୁରା ଓ କଳା କାଠିଆ ରୋଗ ନିୟନ୍ତ୍ରିତ ହୋଇଥାଏ । ଗଜା ହେବା ପୂର୍ବରୁ ଏହି ଉପଚାର କରାଯାଏ ।
କବକନାଶୀ ଦ୍ୱାରା ବିହନ ବିଶୋଧନ କଲେ ପତ୍ରପୋଡା ରୋଗ ହୁଏ ନାହିଁ । ଏଥିପାଇଁ ଏକ ଲିଟର ପାଣିରେ ୫ ଗ୍ରାମୟାଲି ଭଲ ଭାବରେ ମିଶାଇ ଦିଆଯାଏ । ଏଥିରେ ଗୋଟା କିମ୍ବା କଟାଆଳୁକୁ ୧୦-୧୫ ମିନିଟ୍ ବୁଡାଇ ରଖାଯାଏ । ଆଳୁ ମଞ୍ଜିରୁ ଭଲଭାବରେ ପାଣି ନିଗିଡି ଗଲାପରେ ଛାଇେ ୨-୪ ଘଣ୍ଟା ଶୁଖାଇ ଦିଆଯାଏ ।
ଜମି ପ୍ରସ୍ତୁତି: ଆଳୁ ଲଗାଇବା ପର୍ବୂରୁ ୭-୮ ଓଡ ଚାଷ କରିବାର ଦରକାର । ମଇ ଦେଇ ମାଟିକୁ ଭଲ ଭାବରେ ଗୁଣ୍ଡ କରି ସମତଳ କରାଯାଏ । ଶେଷ ଓଡ ଚାଷ ପୂର୍ବରୁ ଏକର ପ୍ରତି ୨-୩ ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରିବେ । ଏହି ସମୟରେ ୧୦ କିଗ୍ରା କ୍ଳୋରୋସାନ୍ ଗୁଣ୍ଡ ମିଶାଇ ଦେଲେ ଉଈ, ଧଳବ ଭୃଙ୍ଗ ଲାଗିବା ଆଶଙ୍କା କମ୍ ହୁଏ ।
ଆଳୁ ମଞ୍ଜି କିପରି ଲଗାଇବେ: ଆଳୁ ଚାଷ ଲାଗି ଉତ୍ତାପ ହେଉଛି ପ୍ରଧାନ ଆବଶ୍ୟକୀୟ ଜିନିଷ । ଗଛ ବଢ଼ିବା ଲାଗି ୨୪୦ ସେଲସିୟସଓ ପରେ ୧୮ଂ ସେଲସିୟସ ଉତ୍ତାପ ଦରକାର ହୁଏ । ଆମ ଜଳବାୟୁ ହିସାବରେ ନଭେମ୍ବର ୧ ତାରିଖରୁ ୧୫ ତାରିଖ ସୁଦ୍ଧା ଆଳୁ ଲଗାଯିବା ଉଚିତ୍ । ଏହାପରେ ଯେତେ ଡେରିରେ ଲଗାଇଲେ ଅମଳ ସେଇ ହିସାବରେ କମିଯାଏ । ଓସାର ପଟଳୀ କରି ଆଳୁ ଲଗାଇବେ । ୪୫ ସେମି ଅନ୍ତରରେ ସିଆର କରିବେ । ବିହନ ଆଳୁ ୧୫-୨୦ ସେମି ବ୍ୟବଧାନରେ ଲଗାଇବେ ଓ ୨.୫ ସେମି ମାଟି ଘୋଡାଇ ଦେବେ । ସିଆରଗୁଡିକ ପୂର୍ବ ପଶ୍ଚିମ ହେବା ଦରକାର ।
ଖତ ସାର ପ୍ରୟୋଗ: ମାଟି ପରୀକ୍ଷା କରି ନଥିଲେ ଏକର ପ୍ରତି ୪୮ କିଗ୍ରା ଯବଖାରଜାନ, ୨-୪ କିଗ୍ରା ଫସଫରସ ଓ ୪୮ କିଗ୍ରା ପଟାସ ପ୍ରୟୋଗ କରିବା ଦରକାର । ପ୍ରଥମ ଆଗରୁ ଟଣାଯାଇଥିବା ସିଆରରେ ଅଧା ଯବଖାରଜାନ (୨୪ କିଗ୍ରା), ପୁରା ଫସଫରସ (୨୪ କିଗ୍ରା) ଓ ଅଧା ପଟାସ (୨୪ କିଗ୍ରା) ପ୍ରୟୋଗ କରାଯାଏ । ତେଣୁ ଉପରୋକ୍ତ ହିସାବରେ ପ୍ରଥମେ ୫୨ କିଗ୍ରା ଡିଏପି ସହିତ ୩୨ କିଗ୍ରାୟୁରିଆ ଓ ୪୦ କିଗ୍ରା ନବରନିା ପଟାସ ସହିତ ୨ଟନ୍ ସଢ଼ା ଗୋବର ଖତ ସିଆରରେ ପ୍ରୟୋଗ କରାଯାଏ ଓ ତା’ ଉପରେ ୧ ସେମି ବହଳରେ ମାଟି ଘୋଡାଇ ଦିଆଯାଏ । ପ୍ରଥମ ହୁଡା ଟେକା ସମୟରେ ୫୨ କିଗ୍ରାୟୁରିଆ ଓ ୪୦ କିଗ୍ରା ନବରନିା ପଟାସ ପ୍ରୟୋଗ କରାଯାଏ । ଅଣୁସାର ଅଭାବ ପୂରଣ ପାଇଁ ୨ୟ ହୁଡା ଟେକାବେଳେ ଏକର ପ୍ରତି ମିଶ୍ରିତ ଅଣୁସାର ୧୦ କିଗ୍ରା ହିସାବରେ ମାଟିରେ ପ୍ରୟୋଗ କରାଯାଏ । ଏହା ଦ୍ୱାରା ଭଲ ଅମଳ ବଢ଼େ ।
ଜଳକ୍ସେନ: ପାଣି ପାଗ ଓ ମାଟି କିସମ ଦେଖି ସିଆରରେ ପାଣି ଦିଆଯାଏ । ପାଣି ଦେଲାବେଳେ ହୁଡାର ଦୁଇ ତୃତୀୟାଂଶ ବୁଡିବା ଭଲ । ଆଳୁ ପାକଳ ହେବା ପର୍ଯ୍ୟନ୍ତ ଆଳୁ କିଆରୀକୁ ଶୁଖାଇବେ ନାହିଁ ।
ରୋଗ ପୋକ ଓ ପ୍ରତିକାର ବ୍ୟବସ୍ଥା:
୧. ଜଉପୋକ ଓ ପତ୍ର ଉକୁଣୀ ପାଇଁ ପ୍ରଥମ କୋଡା ଖୁସା ପରେ ଏକର ପ୍ରତି ୪ କିଗ୍ରା ଫୋରାସାନ୍ ମାଟିରେ ପ୍ରୟୋଗ କରନ୍ତୁ ।
୨. ସୂତ୍ରଜୀବ ଓ ଧବଳଭୃଙ୍ଗ ଲାଗି ଏକର ପ୍ରତି କାରବୋସାନ୍ ୩% ସିଜି ୧୩ କିଗ୍ରା ମାଟିରେ ପ୍ରୟୋଗ କରନ୍ତୁ ।
୩. ସଅଳ ଓ ଉଚ୍ଛୁର ପତ୍ରପୋଡା ଦମନ ପାଇଁ ଏକର ପ୍ରତି ୧ କିଗ୍ରାୟାଲି ୭୫% ଡବଲୁପି ପ୍ରୟୋଗ କରନ୍ତୁ ।