Odisha news

ପଟ୍ଟାମୁଣ୍ଡାଇ ପୌର ପରିଷଦ ସଚେତନତାର ଅଭିନବ ପ୍ରୟାସ : ରୋଡ ରେ ପେଟିଂ କରି ସଚେତନତାର ବାର୍ତା ଦେଲା

0

ପଟ୍ଟାମୁଣ୍ଡାଇ ତା୨୨.୪- ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥରବା ମହାମାରୀ କରୋନା ଥମିବାରେ ନାଁ ଧରୁନାହିଁ । କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଳବଳ ଲଗାଇ ଦେବା ସହିତ କୋଟି କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଓଡିଶା ସବୁଠୁ ଆଗରେ ରହି ରୋଲ-ମଡେଲ ସାଜିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲାରେ ଇତିହାସ ସୃଷ୍ଟି କରିଛନ୍ତି । କରୋନା ମହାମାରୀକୁ ରୋକିବା ପାଇଁ କୌଣସି ଓøଷଧ ଓ ଟୀକା ବାହାରି ନଥିବାରୁ ସମଗ୍ର ବିଶ୍ୱରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ସାଙ୍ଗକୁ ଜନଜୀବନ ବହୁଳ ଭାବେ ପ୍ରଭାବିତ ହୋଇଛି । ସମଗ୍ର ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପଟ୍ଟାମୁଣ୍ଡାଇ ଲୋକମାନଙ୍କ ଉପସ୍ଥିତି ଥିବାରୁ କରୋନା କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ସ୍ପର୍ଶକାତର ଅଚଂଳ ଭାବେ ସରକାରୀସ୍ତରରେ ଚିହ୍ନଟ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟାମୁଣ୍ଡାଇ-ରାଜନଗର ଅଚଂଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ପଟ୍ଟାମୁଣ୍ଡାଇ-ରାଜନଗର ଅଚଂଳର ସମସ୍ତ ପ୍ରଶାସନିକ, ପୋଲିସ, ଅଗ୍ନିଶମ ଓ ସ୍ୱାସ୍ଥୂ୍ୟ ବିଭାଗ ଅଧିକାରୀଙ୍କ ସହିତ ପ୍ରତି ମୁହୂର୍ତରେ ସଂଯୋଗ ସ୍ଥାପନ କରି ପଟ୍ଟାମୁଣ୍ଡାଇ ଓ ରାଜନଗରକୁ କରୋନାମୁକ୍ତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପରାର୍ମଶ ଦେବା ସହିତ ସରକାରୀ ନିଦେ୍ର୍ଦଶନାମା ଅନୁଯାୟୀ କରୋନା ମୁକାବିଲା କ୍ଷେତ୍ରରେ ପ୍ରଶାସନକୁ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ପଟ୍ଟାମୁଣ୍ଡାଇ ଓ ରାଜନଗରରେ ବିଧାୟକ ଅନୁଦାନ ପାଣ୍ଠିରେ ଦୁଇଟି ଅସ୍ଥାୟୀ କୋଭିଡ ହସ୍ପିଟାଲ , ଏମ.ଏନ ହାଇସ୍କୁଲରେ ବୃହତ କୋରେଟାଂଇନ ଗୃହ ସହ ସମସ୍ତ ପଚାଂୟତରେ କୋରେଟାଂଇନ ଗୃହ ଖୋଲାଯାଇଛି । ସମସ୍ତ ପରିସ୍ଥିତି ମୁକାବିଲା ପାଇଁ ବିଧାୟକଙ୍କ ସହିତ ସମଗ୍ର ପ୍ରଶାସନ ଲାଗିପଡିଛି । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା କରୋନା କ୍ଷେତ୍ରରେ ସ୍ପର୍ଶକାତର ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳରେ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସଜାଗ ରହିବା ପାଇଁ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଅତିରିକ୍ତ ଜିଲ୍ଲାପାଳ ତଥା ପଟ୍ଟାମୁଣ୍ଡାଇ ପୌର ପରିଷଦର ମୁଖ୍ୟପ୍ରଶାସକ ବସନ୍ତ ରାଉତ ଓ ପୌର ନିର୍ବାହୀ ଅଧିକାରୀ ସଂପଦ ସ୍ୱାଇଁ କରୋନା ମୁକାବିଲା ପାଇଁ ବ୍ଲୁପ୍ରିଟଂ ପ୍ରସ୍ତୁତ କରି ପୌର ପ୍ରଶାସନ ସଜାଗ କରିଛନ୍ତି । ପୌର ପରିଷଦର ୨୦ଟି ୱାର୍ଡରେ ପ୍ରତି ମୁହୂର୍ତରେ ସ୍ଥିତିକୁ ନଜରଅନ୍ଦାଜ କରାଯାଉଛି । କରୋନା ମୁକାବିଲା ପାଇଁ ପୌର ପରିଷଦ ସାନିଟାଇଜେସନ ଓ ସଫେଇ ଉପରେ ଫୋକସ କରିଛି । ପଟ୍ଟାମୁଣ୍ଡାଇ ସହର ସମେତ ବିଭିନ୍ନ ୱାର୍ଡ ସାନିଟାଇଜ କରିବା ସହିତ ସମଗ୍ର ୱାର୍ଡ ବିଶେଷ କରି ମୁସଲମାନ ଓ ଦଳିତ ୱାର୍ଡ ଗୁଡିକରେ ସଫେଇ ଗୁରୁତ୍ୱ ଦିଆଯାଇ ଜୋରଦାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କରୋନା ମୁକାବିଲା ପାଇଁ ସଚେତନତା ଓ ସତର୍କତା ଏକମାତ୍ର ବିକଳ୍ପ ହୋଇଥିବାରୁ ପୌରପରିଷଦ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି । ପୌରପରିଷଦ ମୁଖ୍ୟ ପ୍ରଶାସକ ବସନ୍ତ କୁମାର ରାଉତ ଓ ପୌରନିର୍ବାହୀ ଅଧିକାରୀ ସଂପଦ ସ୍ୱାଇଁ ସଚେତନତା କାର୍ଯ୍ୟ ବ୍ୟାପକ କରିବାକୁ ପଦକ୍ଷେପ ନେଇଛନ୍ତି । ପଟ୍ଟାମୁଣ୍ଡାଇ ପୌରପରିଷଦର ୨୦ଟି ୱାର୍ଡର ମୁଖ୍ୟ ଛକ ଜାଗା, ରାସ୍ତା ଓ ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ସ୍ଥାନରେ ସଦୃଶ୍ୟ ରୋଡ ପେଟିଂ କରାଯାଇ କରୋନା ସଚେତନତାର ବାର୍ତା ଦିଆଯାଇ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ମାକ୍ସ ପିନ୍ଧନ୍ତୁ ସୁସ୍ଥ ରୁହନ୍ତୁ, ବାରମ୍ବାର ହାତ ଧୁଅନ୍ତୁ ସୁସ୍ଥ ରୁହନ୍ତୁ ଓ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ସୁସ୍ଥ ରୁହନ୍ତୁ ଆଦି ବାର୍ତା ପଟ୍ଟାମୁଣ୍ଡାଇ ପୌରପରିଷଦର ମୁଖ୍ୟ ଜାଗା, ଛକ ଓ ପଟ୍ଟାମୁଣ୍ଡାଇ ସହରରେ ହୋଇଥିବା ରୋଡ-ପେଟିଂରେ ସ୍ଥାନ ପାଇଛି । ଏହାଛଡା କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ମାକ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିବାରୁ ପୌରପରିଷଦ ପକ୍ଷରୁ ବିଭିନ୍ନ ୱାର୍ଡରେ ମାକ୍ସ, ସାବୁନ, ଗ୍ଲୁକୋଜ, ପରିବେଶ ସୁସ୍ଥ ଓ ନିର୍ମଳ ରଖିବା ପାଇଁ ଚାରା ଗଛ ଓ କାଗେଜୀ ଲେମ୍ବୁ ଆଦି ବଟଂନ କରାଯାଇଛି । ସର୍ବଶେଷରେ ପଟ୍ଟାମୁଣ୍ଡାଇ ପୌରପରିଷଦକୁ କରୋନାମୁକ୍ତ କରିବା ପାଇଁ ସମସ୍ତ ସରକାରୀ ନିଦେ୍ର୍ଦଶନାମା ପାଳନ କରି ସବୁ କ୍ଷେତ୍ରରେ ପ୍ରଶାସନକୁ ସହଯୋଗ କରିବା ପାଇଁ ପୌର ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

Leave A Reply