Odisha news

ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ତଥା ଖୋର୍ଦ୍ଧା ମାଟିର ସୁଯୋଗ୍ୟ ସନ୍ତାନ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୫ମ ଶ୍ରାଦ୍ଧ ବାଷିକୀ ପାଳିତ

0

ଖୋର୍ଦ୍ଧା : ଜାନକୀ ବଲ୍ଲଭ ଉଦ୍ୟାନ ପରିସରରେ ଆଜି ନିରାଡମ୍ବରଭାବେ ଓଡିଶାର ଅନନ୍ୟ ବରପୁତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ତଥା ଖୋର୍ଦ୍ଧା ମାଟିର ସୁଯୋଗ୍ୟ ସନ୍ତାନ ପ୍ରାଜ୍ଞପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପଂଚମ ଶ୍ରାଦ୍ଧ ଦିବସ ଜାନକୀ ବଲ୍ଲଭ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇଯାଇଛି । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରେନ୍ଦ୍ର ନାଥ ମିତ୍ର ସ୍ୱର୍ଗତ ପଟ୍ଟନାୟକଙ୍କ ମୂର୍ତିରେ ମାଲ୍ୟାର୍ପଣ କରି ତାଙ୍କର ବିଗତ ଦିନ ର ସ୍ମୃତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଜାନକୀ ବଲ୍ଲଭ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଥିବା ନିଃସହାୟ ଲୋକମାନଙ୍କୁ ଖାଦ୍ୟ, ମାସ୍କ ଓ ସାବୁନ ବଂଟନ କରାଯାଇଥିଲା । କମିଟିର ସମସ୍ତ ସଦସ୍ୟ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ସମ୍ପାଦକ ସଞ୍ଜୟ ପଟ୍ଟନାୟକ, ପ୍ରକାଶ ସାମନ୍ତରାୟ, ଶିଶିର ପରିଡା, ମହମ୍ମଦ କେଫାତୁଲା, ସମ୍ବିତ ମହାନ୍ତି, ପଦ୍ମଚରଣ ରାୟ, ପ୍ଲାବନ ପଟ୍ଟନାୟକ, ଶିଳାଦିତ୍ୟ ପଟ୍ଟନାୟକ, ଜିତେନ୍ଦ୍ର ଚମ୍ପତି, ପ୍ରଦୋଷ ହରିଚନ୍ଦନ, ବିଶ୍ୱରଞ୍ଜନ ପ୍ରଧାନ, ବରିଷ୍ଠ ଆଇନଜିବୀ ଶକ୍ତିଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Govt
Leave A Reply