ପାରଳଖେମୁଣ୍ଡି:୩/୭(ଗରୁଡ଼ ଧ୍ୱଜ ଚୌଧୁରୀ)ରାଜ୍ୟର ହାଇଦ୍ରାବାଦ୍ ରେ ରହୁଥିବା ଗଜପତି ଜିଲ୍ଲାରଦୁଇ ଜଣଙ୍କ ସେଠାରେକରନlପୋଜେଟିଭ୍ ଚିହ୍ନଟ ହେବା ପରେ ହାଇଦ୍ରାବାଦ୍ ରେ ହସ୍ପିଟାଲ୍ ରେ ବେଡ୍ ନଥିବା ଆଳ ଦେଖାଇ ସେହି ଦୁଇ ଜଣଙ୍କୁ ତୁମ ଗ୍ରାମ କୁ ଚିକିତ୍ସା ହେବା ପାଇଁ କହି ପଠାଇ ଦେଇ ଥିଲେ l
ସେ ଦୁଇ ଜଣ ସୁଦୂର ହାଇଦ୍ରାବାଦ ରୁ ଭଡ଼ାରେ ଏକ ଆମ୍ବୁଲାନ୍ସ ରେ ଆସି ପାରଳଖେମୁ ମୁଣ୍ଡିରେ ଆସି ଆଜି ପହଞ୍ଚିବା ପରେ ଆକ୍ରାନ୍ତ ପ୍ରବାସୀ ଦୁଇ ଜଣ ଚିକିତ୍ସା ପାଇଁ ପାରଳଖେମୁଣ୍ଡି ଉପକଣ୍ଠରେ ଥିବା କୋଭିଡ୍ ହସ୍ପିଟାଲ୍ କୁ ଜାଇଥିଲେ ହେଲେ ସେ ଦୁଇ ଜଣ ପ୍ରବାସୀ ଙ୍କୁ ଗ୍ରହଣ କରିନଥିଲେl କୋଭିଡ ହସ୍ପିଟାଲର କର୍ତ୍ତୃପକ୍ଷ ଗ୍ରହଣ ନକରିବା ପରେ ସ୍ବାସ୍ଥ୍ୟ ବିଭାଗର ସାହାର୍ଯ୍ୟ ଲୋଡି ସହର ଭିତରେ ଘୁରି ବୁଲୁଛନ୍ତି ଆକ୍ରାନ୍ତ ଦୁଇ ଜଣ ପାରଳଖେମୁଣ୍ଡି ସହରରେ l
ଗଜପତି ଜିଲ୍ଲାରେ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏ ଦୁଇ ଜଣ କରନା ପୋଜେଟିଭ୍ ପ୍ରବାସୀ ବିଭିନ୍ନ ଦୋକାନ ବଜାର ବୁଲା ବୁଲି କରିବା ଦେଖିବାକୁ ମିଳିଛି ଏହା ଦ୍ଵାରା ପାରଳଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲାରେ କରନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ l ଜିଲ୍ଲା ପ୍ରଶାସନ ଏଥପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ l