Odisha news

କୋଣାର୍କ : ଭଗବତୀ ପୀଠରେ ଜାରି ହେବ ୧୪୪ ଧାରା !

0
କୋଣାର୍କ ସବ୍ୟୁ ,କୋଣାର୍କର ଭଗବତୀ ପୀଠରେ ବିବାହ ଭୋଜି ପାଇଁ ଲାଗି ରହିଥିବା ଜନଗହଳିକୁ ଦୃଷ୍ଟିରେ ରଖି  ଏଠାରେ ୧୪୪ ଧାରା ଜାରି ହେବ ବୋଲି ଜଣାପଡିଛି । କୋଣାର୍କ ବାହାର ଅଂଚଳର ଲୋକମାନଙ୍କର ଭଗବତୀ ପୀଠରେ ବିଭାଘର ଭୋଜି ପାଇଁ ଭିଡ଼ ଜମୁଛି ।ଏହି ସ୍ଥାନରେ ସାମାଜିକ ଦୁରତା ଓ କଟକଣାକୁ ଲୋକମାନେ ମାନୁନଥିବାର  ଦେଖାଯାଇଛି ।ଗୁରୁବାର ଦିନ ଭଗବତୀ ପୀଠରେ ଅନୁଷ୍ଠିତ ହୋଇଥିବା ଚାରୋଟି ବିଭାଘରରେ ପ୍ରାୟ ଦୁଇହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ।
ଏସଂପର୍କରେ ଅଭିଯୋଗ ଉଠିଛି ।ଖବର ପାଇ କୋଣାର୍କ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗହଳି ଲଗାଇଥିବା ଲୋକଙ୍କୁ ବିଦା କରିବା ସହିତ ବିଭାଘର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ।ମାତ୍ର ସାମାଜିକ ପ୍ରଥାକୁ ନଜରରେ ରଖି ପୁଲିସ ପକ୍ଷରୁ ୧୦ ରୁ ୧୨ ଜଣ ଲୋକଙ୍କ ଉପସ୍ଥିତିରେ ବିଭାଘର ସମାପନ ପାଇଁ ଅନୁମତି ଦିଆଯାଇଥିଲା ।ଏସଂପର୍କରେ ଆଜି କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ରଂଜନ କୁମାର ମଲ୍ଲିକ ସ୍ଥାନୀୟ ତହସିଲଦାର ତଥା ମାଜିଷ୍ଟ୍ରେଟ ପୃଥିରାଜ ମଣ୍ଡଳଙ୍କୁ ଜଣାଇ ୧୪୪ ଧାରା ଜାରି କରିବାକୁ ପରାମର୍ଶ ଦେଇଥିବାର ଜଣାପଡ଼ିଛି ।
Leave A Reply