Odisha news

ପ୍ରିୟଙ୍କା ମାଝୀଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ।

0
ପାରଳାଖେମୁଣ୍ଡି:୭/୮ :  ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ପ୍ରିୟଙ୍କା ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରତ୍ସହୋନ ଯୋଜନାରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୁଶ୍ରୀ ପ୍ରିୟଙ୍କାଙ୍କ ବାପା ସମନ୍ନାଥ ମାଝୀ, ମୋହନା ବ୍ଲକ ଅନ୍ତର୍ଗତ ରାଜପୁର ର ନାଲଘଟ ଗ୍ରାମ ଅଟନ୍ତି। ଘରେ  ୨ ଭାଇ ସ୍ଥାନୀୟ ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି , ବାପା ଜଣେ ଗରିବ କୃଷକ ଏଣୁ ନିଜ ପିଲପାନଙ୍କ ପାଇଁ ଉଚ୍ଚ ଶିକ୍ଷା  ପାଠପଢିବାକୁ  ଅସମର୍ଥ । ବର୍ତ୍ତମାନ ସୁଶ୍ରୀ ପ୍ରିୟଙ୍କା ଭୁବନେଶ୍ୱର ସ୍ଥିତ ନଭଜ୍ୟୋତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ ପ୍ରଥମ ବର୍ଷ ବିଜ୍ଞାନ ବିଭାଗରେ ଅଧ୍ୟୟନ କରନ୍ତି। ଭବିଷ୍ୟତରେ ଭଲ ପାଠ ପଢି MBBS ଡାକ୍ତର ହେବାପାଇଁ ଲକ୍ଷ ରଖିଛନ୍ତି। ଉଚ୍ଚ ଶିକ୍ଷା ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ନିମନ୍ତେ ବହି ପତ୍ର କିଣିବା, କୋଚିଂ ନେବା ପାଇଁ ପୋଷ୍ଟ ମେଟ୍ରିକ୍ ସ୍କଲାରସିପ ରାଶିରୁ  ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ପ୍ରିୟଙ୍କାଙ୍କୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ୫୦ ହାଜର ଟଙ୍କା ଚେକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆର୍ଥିକ ସହାୟତା ପ୍ରଦାନ କରି  ଜିଲ୍ଲାପାଳ ଜଣାଇଲେ ଯେ ଭବିଷ୍ୟତରେ ଭଲ ପାଠ ପଢି MBBS ଡାକ୍ତର ହେବା ସହ ନିଜର ଲକ୍ଷ ପୂରଣ କରିବା ପାଇଁ କହିଥିଲେ।
       ଏହି ଆର୍ଥିକ ସହାୟତା ପ୍ରଦାନ ସମୟରେ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ,ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ମମତା ରାଣୀ ପରିଡ଼ା  ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Nalco
Leave A Reply