ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଗଣ୍ଡାଗୁଡ଼ା ଗ୍ରାମରେ ଏକ ପରିବା ବୋଝେଇ ପିକ ଅପ୍ ଚପାରେ ଶିଶୁକନ୍ୟାର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି ଘଟଣାରୁ ପ୍ରକାଶ ଯେ,ପରିବା ବୋଝେଇ ପିକ୍ ଅପ୍ ଭ୍ୟାନ୍ଟି ନଂ( ଓଡି୦୨ବିୟୁ୦୭୯୩)ଗାଁକୁ ପରିବା ବିକ୍ରି ପାଇଁ ଯାଇଥିଲା ।ସେହି ଗାଁର ଲୁସିୟାନ ନାୟକ ପରିବା କିଣିବା ସମୟରେ ତାଙ୍କ ୪ ବର୍ଷର ଝିଅ ଦୀପା ରାଣୀ ନାୟକ ଗାଡ଼ି ତଳେ ଆସି ବସି ଯାଇଥିଲା। ଲୁସିୟାନ ପରିବା କିଣିବା ପରେ ଗାଡ଼ି ଆଗକୁ ଗଡ଼ାଇବା ବେଳେ ଶିଶୁକନ୍ୟାଟି ଚକା ତଳେ ଚାପି ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା।ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।ଖବର ପାଇ ଅଡ଼ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗାଡି ଓ ଡ୍ରାଇଭରଙ୍କୁୁ ଥାନାରେ ଅଟକ ରଖି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏ ନେଇ ଅଡ଼ବା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ସୁବ୍ରତ ପଣ୍ଡା ସୂଚନା ଦେଇଛନ୍ତି
