ଢ଼େଙ୍କିକୋଟ ତା ୧୮.୭. ୨୩ : ଚାରିଆଡେ ଲଗାଣ ବର୍ଷା ସହିତ ବିଲବାଡି କାମ ଆରମ୍ଭ ହୋଇଯାଇଛି l ଦୋକାନ ବଜାର. ରାସ୍ତାଘାଟ ରେ ଯାନବାହାନ ଚଳପ୍ରଚଳ ଖୁବ୍ କମ୍ l ଏହି ସୁଯୋଗରେ କିଛି କାମୁକୁ ଯୌନ ପିପାସୁ ମାନଂକର ଧର୍ଷଣ ର ଶିକାର ହୋଇଛି ଜଣେ ଯୁବତୀ l ପାରିପାର୍ଶ୍ବିକ ଅବସ୍ତା ତଥା ଝିଅଟିକୁ ଦେଖିଲେ ଯେ କେହିବି କହିବ ଧର୍ଷଣ ପରେ ହତ୍ୟା କରାଯାଇଛି l ଏହି ପରି ଏକ ସମ୍ବେଦନଶୀଳ ଘଟଣା ଘଟିଯାଇଛି ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିଂହବିଲା ଗ୍ରାମ ବାଇପାସ ମୁଷଳନଦୀ ନିକଟରେ ଥିବା ବୁଦା ମୂଳରେ l ଜଣେ ଯୁବତୀ ର ଅର୍ଦ୍ଧ ଉଲଗ୍ନ ମୃତ ଦେହକୁ ସ୍ତାନିୟ ଲୋକ ଦେଖି ପୁଲିସ କୁ ଖବର ଦେଇଥିଲେ l ଖବରପାଇ ହରିଚନ୍ଦନପୁର୍ ପୋଲିସ ଓ ଘଟଗାଁ ଏସ. ଡ଼ି. ପି. ଓ. ଘଟଣାସ୍ତଳରେ ପହଂଚି ତଦନ୍ତ ଚାଲୁରଖିଛନ୍ତି l ତେବେ କେଉଁମାନେ ମାରିଲେ, ଯୁବତୀ କୋଉଠିକାର,କିଛି ଜଣାପଡିନି l ଏହି ଘଟଣା ଘଟିବାପରେ ଘଟଣାସ୍ତଳକୁ ସ୍ତାନିୟ ଲୋକ ମାନଂକ ସୁଅ ଛୁଟୁଛି l ସଭିଙ୍କ ମନରେ ପ୍ରଶ୍ନବାଚି ଯୁବତୀ କୋଉଠିକାର, କିଏ ଏପରି ଜଘନ୍ୟକାଣ୍ଡ କରିଛି l ପୁଲିସ ଛାନଭିନ ଅପରେସନ ଚାଲୁ ରଖିଛି l ଝିଅଟି ଧଳା ଓ ବ୍ଲୁ ରଙ୍ଗର ଡ୍ରେସ ପିନ୍ଧିଛି, ବୟସ ୧୭ ରୁ ୨୨ ଭିତରେ ହେବବୋଲି ଜଣାପଡିଛି l ଯୁବତୀ ଜଣଙ୍କର ମୁହଁ କୁ ପଥରରେ ଛେଚି ଅତି ବିକୃତ କରିଦିଆଯାଇଛି l ତେଣୁ ଚିନ୍ହିବା କଷ୍ଟକର ହୋଇପଡିଛି l
