Odisha news

ପାରଳାଖମୁଣ୍ଡି ଠାରେ ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ନାରୀ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ       

0
ପାରଳାଖେମୁଣ୍ଡି:୮/୧୦ : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ୟୁଟେକ୍ କମ୍ପ୍ୟୁଟର ଏଜୁକେସନ କେନ୍ଦ୍ର ପରିସରରେ ନାରୀ ସଶକ୍ତି କରଣ ରେ ଯୁବଗୋଷ୍ଠୀ ଙ୍କ ଭୂମିକା ଉପରେ ଏକ ଆଲୋଚନା  ହୋଇଥିଲା ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ଉପ କାରାଗାର ର ଅଧ୍ୟକ୍ଷ ଶ୍ରୀ ହନୁ ସେଠୀ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା,ସଭାପତି ଭାବେ ଲୋକନାଥ ମିଶ୍ର , ଏବଂ ସଂପାଦିକା ଭାବେ ତନୁଜା ଶତପଥୀ ଯୋଗ ଦେଇଥଲେ, ଯୁବଗୋଷ୍ଠୀ ହିଁ ମହାନ୍ ଶକ୍ତି ଯାହାକି ରାଷ୍ଟ୍ର ଶକ୍ତି ଭାବେ ଆମେ ଉପଲବ୍ଧି କରିବା ତେଣୁ ଓ ପ୍ରତେକ୍ୟ ଯୁବକ ଯୁବତୀ ନାରୀ ଶକ୍ତି ଉପରେ ଧ୍ୟାନ ଦେବା ବାଞ୍ଛନୀୟ କହିଥିଲେ। ଭାଗବତ ପାଢୀ, ହରି ମୋହନ ପଟ୍ଟନାୟକ ଅଧ୍ୟାପକ ସୌଦାଗର ସିଓ, ପଣ୍ଡିତ ନରସିଂହ ଗୌଡ଼ ,ତନୁଜା ଶତପଥି ,ମନୋଜ ପଟ୍ଟନାୟକ,ମୁରଲୀଧର ପରିଚ୍ଛା,ନିତ୍ୟାନନ୍ଦଚୌଧୁରୀ ତ୍ରିପତି ପଣ୍ଡା , ହରି ମୋହନ ପଟ୍ଟନାୟକ,ମାନସୀ ପଣ୍ଡା,ପ୍ରଫୁଲ୍ଲ ବେବର୍ତ୍ତା ,ଶରତ ପ୍ରଧାନ,ଗୌରୀ ଦାଶ ପ୍ରଭୁତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ଏହି ଅବସରରେ ଅନୁଷ୍ଠାନ ପଞ୍ଜିକରଣ ହୋଇଥିବାରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ ପରିଶେଷରେ  ଭାଗବତ ପାଢୀ ଧନ୍ୟବାଦ୍ ଅର୍ପଣ କରିଥଲେ।

Leave A Reply