ବେତନଟୀ : ବେତନଟୀ ବ୍ଳକର ବହୁ ପୁରାତନ ବୈଶିଙ୍ଗା ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର-୨ / ଟ୍ରମାକେୟାର ରେ ପରିଣତ ନିମନ୍ତେ ଅନେକ ବର୍ଷରୁ ଦାବି ଓ ବହୁ ପ୍ରତିଶୃତି ପରେ ମଧ୍ୟ ଏହା ଭାଗ୍ୟ ପରିବର୍ତ୍ତନ ନ ହେବାରୁ ସ୍ଥାନୀୟ ଜନସାଧାରଣ ୭ ଦିନ ଧରି ରିଲେ ଧାରଣାରେ ବସିଛନ୍ତି। ୧୦୦ ବର୍ଷ ପୂରଣ ହେବାକୁ ଥିବା ଡାକ୍ତରଖାନାର ଉନ୍ନତିର ଅବହେଳାକୁ ପ୍ରତିବାଦ କରି ଚାଷୀଙ୍କ ଠାରୁ ଆରମ୍ଭ କରି ଜ୍ଞାନୀ ଗୁଣୀ ବ୍ୟକ୍ତିଙ୍କ ସମର୍ଥନ ଅହେତୁକ ଭାବରେ ବୃଦ୍ଧି ପାଉଥିବା ର ଦେଖାଯାଉଛି । ଆଜି ୮ ତାରିଖରେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ବେତନଟୀ ସିଭିଲ ସୋସାଇଟି ର ସଭାପତି ଚୂଡ଼ାମଣି ମହାପାତ୍ର ଓ ସଂପାଦକ ଆଡ୍ଭୋକେଟ ସଚ୍ଚିଦାନନ୍ଦ ମହାନ୍ତି ଓ ଅବସରପ୍ରାପ୍ତ କର୍ମଚାରୀ ସଂଘର ଉପସଭାପତି ରବୀନ୍ଦ୍ରନାଥ ମିଶ୍ର,ମହେଶ୍ଵର ଷଡଙ୍ଗୀ ରାଧାକ୍ରିଷ୍ଣ ଷଡ଼ଙ୍ଗୀ ଏବଂ ମୟୂର ସାହିତ୍ୟ ସଂସଦର ସଂପାଦକ ଯତୀନ୍ଦ୍ରନାଥ ସାହୁ, ଉପଦେଷ୍ଟା ବିଜୟ କୁମାର ଦ୍ଵିବେଦୀ ଆଦି ଯୋଗଦେଇ ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିଥିଲେ । ଦିନକୁ ଦିନ ଧାରଣା ପ୍ରତି ଜନସମର୍ଥନ ବଢୁଥିବାରୁ ସ୍ୱାସ୍ଥ୍ୟ ସେବାଭଳି ମୌଳିକ ସମସ୍ୟା ପ୍ରତି ଧ୍ୟାନ ନ ଦେଲେ. ଓ ନିର୍ବାଚନ ପୂର୍ବରୁ ସଠିକ ନିଷ୍ପତ୍ତି ନ ହେଲେ ସରକାର ଅସୁବିଧାରେ ପଡିପାରନ୍ତି ବୋଲି ଜନମତ ପ୍ରକାଶ ପାଉଛି। ଆଜି ଅନଶନରେ ଆବାହକ କ୍ଷେତ୍ରମୋହନ ପଣ୍ଡା, ସଭାପତି ପ୍ରବୋଧ କୁମାର ପଣ୍ଡା ଏବଂ ସମସ୍ତ ସଦସ୍ୟ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।