ପାରାଦୀପ୍ – ପାରାଦୀପ୍ ରେ ପହଁଞ୍ଚି ସଷ୍ଟ କାର୍ଯ୍ୟକାରିଣୀ ବୈଠକ ରେ ଯୋଗ ଦେଲେ କେନ୍ଦ୍ର ରାଜ୍ୟ ରେଳ ତଥା ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜାରଦୋଷ | ନାଉଗାଁ ଠାରୁ ତାଙ୍କୁ ସ୍ୱାଗତ କରାଯାଇ ପ୍ରଥମେ ବୋରିକିନା , ପରେ ଜପା, ଜିରୋପଏଣ୍ଟ ଓ ସନ୍ଧ୍ୟାରେ ପାରାଦୀପ୍ ପାନ୍ଥନିବାସ ରେ ପହଂଚିଥିଲେ | ଜଗତସିଂହପୁର ଲୋକସଭା ଆସନ ର ଚାରିଟି ନିର୍ବାଚନ ମଣ୍ଡଳୀ ବୁଲି ସେ ଆଜି ପାରାଦୀପ୍ ରେ ରାତ୍ରି ରହଣି ସହ କାଲି ବନ୍ଦର ର ବିଭିନ୍ନ୍ କାର୍ଯ୍ୟକ୍ରମ ରେ ଯୋଗ ଦେବେ ବୋଲି ଜଣାପଡିଛି | ପ୍ରଧାନମନ୍ତ୍ରୀ ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ବୁଝାଇବା ଓ ଆଗାମୀ ନିର୍ବାଚନ ପାଇଁ ବିଭନ୍ନ କର୍ମକର୍ତ୍ତା ଙ୍କ ସହ ସିଧାସଳଖ ଆଲୋଚନା କରିବା ତାଙ୍କ ଗ୍ରସ୍ତ ର ମୂଳ ଲକ୍ଷ୍ୟ ବୋଲି ଜଣାପଡିଛି |
