ପାରାଦୀପ : ନାଉଗାଁ ସାଂସ୍କୃତିକ ପରିଷଦ ର ବୈଠକ ବିଲିପଡା ସ୍ଥିତ ଶ୍ରୀମଦ୍ ବାବା ବଳିଆ ଙ୍କ ଆଶ୍ରମ ରେ ବସି ଆଗମୀ ବୋଇତ ବନ୍ଦାଣ ଉତ୍ସବ କୁ ଚାରିଦିନ ଧରି ପାଳନ କରାଯିବାର ନିଷ୍ପତ୍ତି ହୋଇଛି । ନଭେମ୍ବର ୨୬ – ସ୍ବାସ୍ଥ୍ୟ ମେଳା,୨୭ ପ୍ରତ୍ୟୁଷରେ ସାରେଇକୂଳ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲ ଠାରୁ ସାଧବ ପୁଅ ଓବୋହୁ ମାନଙ୍କୁ ଦେବୀ ନଦୀ ଘାଟ ପର୍ଯ୍ୟନ୍ତ ସଙ୍କୀର୍ତ୍ତନ, ଓ କାଠି ଲଉଡିନୃତ୍ୟ ର ଏକ ବିରାଟ ଶୋଭାଯାତ୍ରା ରେ ନିଆଯାଇ ବୋଇତ ବନ୍ଦାଣ କରାଯିବା ପରେ ସାଧାରଣ ସଭା ଓ ସନ୍ଧ୍ୟାରେ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯିବ। ୨୮ ତାରିଖ ଦିନରେ ରାଜ୍ଯ ସ୍ତରୀୟ କବି ସମାବେଶ ଓ ସନ୍ଧ୍ୟାରେ ସାଧାରଣ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ବ୍ୟାକ୍ତି ମାନଙ୍କୁ ସମ୍ବର୍ଦ୍ଧନା କରାଯିବ।୨୯ ତାରିଖ ଉଦଯାପନ ଦିବସସନ୍ଧ୍ୟା ରେ ପୂଜ୍ୟବବା ବଳିଆ ଙ୍କ ସାଂପ୍ରତିକ ସମାଜସଂସ୍କାର ସମ୍ବନ୍ଧ ରେ ଉଦ୍ବବୋଧନ କାର୍ଯ୍ଯ କ୍ରମ ରହିଚି ଓ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ୨୬ ତାରିଖ ଠାରୁ ବାଲିଯାତ୍ରା ପଡିଆ ରେ ଅପେରା ପାର୍ଟି ‘ ଦୁର୍ଗା ମନ୍ଦିର ‘ ଦ୍ଵାରା ନାଟକ ପ୍ରଦର୍ଶନ କରାଯିବ। ସାଂସ୍କୃତିକ ପରିଷଦ ର ମୁଖ୍ୟ ଉପଦେଷ୍ଟା ତଥା ପୁ ବିଧାୟକ ଶ୍ରୀ ଜ୍ୟୋତିଷ ଚନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଆଲୋଚନାରେ ଅଂଶଗ୍ରହଣ କରି ଥିଲେ କାର୍ଯକାରୀ ସଭାପତି ଆଇନଜୀବୀ ବିଷ୍ଣୁ ପ୍ରସାଦ ସ୍ବାଇଁ, ସମ୍ପାଦକ ଅଧ୍ୟାପକ ସରୋଜ ନାୟକ, ପୁ ବ୍ଲକ ଅଧକ୍ଷ ଜଗନ୍ନାଥଦାସ, ଅନ୍ୟତମ ଉପଦେଷ୍ଟା ନିରଂଜନ ବେହେରା, ଉପସଭାପତି ଡ ଚାଇନା ପ୍ରଧାନ, କୋଷାଧ୍ୟକ୍ଷ ବେଣୁଧର ସ୍ବାଇଁ,, ଅଧ୍ୟାପକ ଜ୍ୟୋତି ପ୍ରକାଶ ଲେଙ୍କା, ରମେଶ ଦାସ, ପ୍ରକାଶ ରାୟ, ରାମ ଚନ୍ଦ୍ର ସ୍ବାଇଁ, ବିଜୟ ବାରିକ, ନନ୍ଦ କିଶୋର ବାରିକ, ସଚ୍ଚିଦାନନ୍ଦ ପରିଡ଼ା, ଲାଲୁ, ଅନାଦି ବାରିକ, ହିମାଂଶୁ ମହାନ୍ତି, ତ୍ରିଲୋଚନ ପାଢ଼ୀ, ଲିପୁ ଦାସ, ଶ୍ରୀମତୀ ଦି ପ୍ତି ବାରିକ, ପ୍ରିୟଦର୍ଶିନୀ ପରିଡ଼ା ପ୍ରମୁଖ ଜଣାପଡିଛି |