Odisha news

ମହିଳା ଙ୍କ ମୃତ୍ୟୁ , ସ୍ଵାମୀ ଫେରାର 

0
ପାରାଦୀପ : ପାରାଦୀପ ବାଉରୀଆପାଳନ୍ଦା ରେ ମହିଳା ଙ୍କ ମୃତ୍ୟୁ |  ଘର ଭିତରେ ରଶ୍ମିତା ଦଳାଇ ରଶି ରେ ଝୁଲୁ ଥିବା ଓ ତାଙ୍କ ସ୍ଵାମୀ ରାତି ଅଧରେ କୁଆଡେ ଫେରାର ହୋଇଯାଇଥିବା ସ୍ତାନୀୟ ଲୋକମାନେ ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ | ଗତକାଲି ବିଳମ୍ବିତ ରାତ୍ରୀ ରେ ସ୍ଵାମୀ ପ୍ରଦୀପ ଦଳାଇ ପାଖ ପଡୋଶୀ ଙ୍କ ଘରେ ସ୍ଵାମୀ ର ଅନୁପସ୍ଥିତ ର ସୁଯୋଗ ନେଇ ପଶିଥିବା ବେଳେ ପାଖ ପଡୋଶୀ ମାନେ ଉଠି ହୋହାଲ୍ଲା ହୋଇଥିବା ଓ ପ୍ରଦୀପ ଙ୍କ ସ୍ତ୍ରୀ ମୃତ ରଶ୍ମିତା ଏ ସବୁ ଦେଖିବା ପରେ ଉଭୟ ସ୍ଵାମୀ ଆଉ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ସ୍ତାନୀୟ ଲୋକେ ପ୍ରକାଶ କରିଛନ୍ତି  | ରଶ୍ମିତା ସ୍ଵାମୀ ଙ୍କର ଏହି କାର଼ନାମା ଜାଣିବା ପରେ ଆତ୍ମହତ୍ୟା କଲେ କି ସ୍ଵାମୀ ପ୍ରଦୀପ ତାଙ୍କୁ ହତ୍ୟା କରି ଫେରାର ହୋଇଗଲେ ତାହା ଏବେ ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ଶବ କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି | ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି  | ସେପଟେ ସ୍ଵାମୀ ପ୍ରଦୀପ ଦଳାଇ ଫେରାର ଥିବା ଓ ପୋଲିସ ତାଙ୍କୁ ଖୋଜୁଥିବା ଜଣାପଡ଼ଛି  |
Nalco
Leave A Reply