ବ୍ରହ୍ମପୁର : ଫ୍ରେଣ୍ଡଷ୍ ହେଲପିଙ୍ଗ କ୍ଲବ ଆନୁକୂଲ୍ୟରେ ରାମଲିଙ୍ଗେଶ୍ୱର ପାର୍କ ପରିସରରେ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ୬ଷ୍ଠ ଦିବସରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛଛି। ଏଥିରେ ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ। ଫ୍ରେଣ୍ଡଷ୍ ହେଲପିଙ୍ଗ କ୍ଲବର ସଭାପତି ଇ. ପ୍ରସାନ୍ତ କୁମାର ପାତ୍ର , ଓ ବରିଷ୍ଠ ଡାକ୍ତର T. ପ୍ରକାଶ ରାଓ ମୃତ୍ୟୁ ପରେ ଚକ୍ଷୁଦାନ ବିଷୟରେ ସମ୍ୟକ ଧାରଣ ଦେଇଥିଲେ। ମୃତ୍ୟୁ ପରେ ଚକ୍ଷୁଦାତାଙ୍କର ପରିଜନ ମାନେ ମୃତ ବ୍ୟକ୍ତିର ମୁଣ୍ଡକୁ ତକିଆତଳେ ରଖିବା, ଆକ୍ଷୀ ୨ଟିକୁ ବୁଜିଦେଇ ଓଦା ତୁଲା ଦ୍ୱାରା ଘୋଡାଇ ରଖିବା ଓ ପଙ୍ଖାବନ୍ଦ କରିବାକୁ ପଡିବ ବୋଲି ସୁଚେଇଥିଲେ। ଏଥିରେ ସମ୍ପୂର୍ଣ ଆଖିନିଆ ଯାଏ ନାହିଁ। କେବଳ କର୍ଣ୍ଣିଆ ବା ସ୍ଵଛପରଳ ନିଆଯାଇଥାଏ ଓ ଏହା କେବଳ ୧୫ ମିନିଟ ମଧ୍ୟରେ ତାଲିମ ପ୍ରାପ୍ତ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବାହାର କରାଯାଏ ଓ ଅପେକ୍ଷାରତ ଦୃଷ୍ଟିହୀନଙ୍କଠାରେ ପ୍ରତି ରୋପଣ କରା ଯାଇଥାଏ । ଏହା ଫଳରେ ଦୃଷ୍ଟିରହିତ ବ୍ୟକ୍ତି ଦୃଷ୍ଟିଶକ୍ତି ଫେରିପାଇଥାଏ ଓ ସାଧାରଣ ଜୀବନ ବିତାଇଥାଏ। ଏହି ପଵିତ୍ରକାର୍ଯ୍ୟପାଇଁ ଜନସାଧାରଣ ପ୍ରତିଜ୍ଞା ବଦ୍ଧ ହେବା ପାଇଁ ଓ ସ୍ୱୀକୃତି ଦେବାପାଇଁ ଅନୁରୋଧ କରିଥିଲେ। ଖୁସିର କଥା ୫ଜଣ ଭଦ୍ରବ୍ୟକ୍ତି ଚକ୍ଷୁଦାନ ପାଇଁ ସ୍ୱୀକୃତି ପତ୍ର ଦେଇଥିଲେ l ସେହିପରି ସନ୍ଧ୍ୟା ୪ ଘଣ୍ଟା ସମୟରେ କମାପଲ୍ଲୀସ୍ଥିତ ସଂକଳ୍ପ ବିଦ୍ୟାଳୟ ପରିସରରେ ଅବସରପ୍ରାପ୍ତ ଷ୍ଟେଟ ବେଙ୍କ ଅଫିସର ସଙ୍ଘର ସଭ୍ୟଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଶ୍ରୀ ଗଦାଧର ରାଉଳ ସଭାପତି ଓ ଲଳିତ ମୋହନ ପଣ୍ଡା ସମ୍ପାଦକଙ୍କ ସମେତ ୫୦ ଜଣ ଅବସରପ୍ରାପ୍ତ ବେଙ୍କ ଅଫିସର ଯୋଗଦେଇଥିଲେ। ଫ୍ରେଣ୍ଡଷ୍ ହେଲପିଙ୍ଗ କ୍ଲବର ସମ୍ପାଦକ ଏମ. ବିଦ୍ୟସାଗର ଓ ଇ.ଡି.ପାତ୍ର ଚକ୍ଷୁଦାନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପ୍ରୋଜେକ୍ଟ ଚେଇରମାନ ବି. ଲଷ୍ମୀ ନାରାୟଣ ପାତ୍ର ଆସନ୍ତା କାଲି ସକାଳ ୭ ଘଣ୍ଟା ସମୟରେ ଚକ୍ଷୁଦାନ ସଚେତନତା ପାଇଁଏକ ଶୋଭାଯାତ୍ରା ଖଲ୍ଲିକୋଟ କଲେଜ ଠାରୁ ବାହାରି ଫ୍ରେଣ୍ଡଷ୍ ହେଲପିଙ୍ଗ କ୍ଲବ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶେଷ ହେବ ଓ ଏଥିରେ ଯୋଗଦେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। ଡିରେକଟର ଶ୍ରୀନିବାଶ ରାଓ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉପସଭାପତି ଜମ୍ମୁଲା ସୁରେଶ , ସମ୍ପାଦକ , ସଭ୍ୟ କେ. ନନ୍ଦେଷୁ ସେନାପତି , ମନୋଜ କୁମାର ପାଢୀ, ଶ୍ରୀନିବାଶ ରାଓ ଇ.ଡି. ପାତ୍ର, ଇ. ଜଗଡ଼ିଶ୍ୱର ରାଓ, ପି. କିରଣ କୁମାର, V. ସତ୍ୟନାରାୟଣ, Ch.ଶିବପ୍ରସାଦ ରାଓ ଯୋଗଦେଇଥିଲେ।
