ପାରାଦୀପ : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ବାଲି କୁ ନେଇ କୁଜଙ୍ଗ ତହସିଲଦାର ଙ୍କ ଖୋଳତାଡ଼ | ନିର୍ଦ୍ଧିଷ୍ଟ ଏକ ପ୍ଳଟ ରେ ବହୁ ପରିମାଣ ର ଗଚ୍ଛିତ ବାଲି ଆସିଲା କେଉଁଠୁ ଓ ଜୀବ କୁଆଡେ ତାହାର ଖୋଳତାଡ଼ କରିଛନ୍ତି କୁଜଙ୍ଗ ତହସିଲଦାର ପ୍ରୀତି ପର୍ଣ୍ଣା ମିଶ୍ର | ମିଠା ବାଲି ପାରାଦୀପ ନିଷିଦ୍ଧାଞ୍ଚଳ ମଧ୍ୟରୁ ଜଳ ପଥ ଦେଇ ଆଣ୍ଡାମାନ ଯିବାକୁ ବସିଥିବା ବେଳେ ଏକ ଜାହାଜ ଏହି ବାଲି କୁ ନେବାକୁ ଆଙ୍କରିଜ ପଏଣ୍ଟ ରେ ଆସି ଛିଡା ହୋଇଥିବା କୁହାଯାଉଛି | ଆଉ ଠିକ୍ ଏହି ସମୟରେ କୌଣଷି ସୂତ୍ର ରୁ ଖବର ପାଇ କୁଜଙ୍ଗ ତହସିଲଦାର ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏହି ଗଛିତ ବାଲି ପ୍ଳଟ ପାଖରେ ପହଂଚି ଏହାକୁ ଜାଞ୍ଜ ଆରମ୍ଭ କରିଛନ୍ତି | ରାଜସ୍ୱ ନିରୀକ୍ଷକ ଙ୍କ ସାହାଯ୍ୟରେ ପ୍ଲଟ ରେ ଥିବା ବାଲି କୁ ମାପ କରାଯିବା ସହ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଏହି ବାଲି ଚାଲାଣ ହୋଇ ପାରିବ ନାହିଁ ବୋଲି କଡା ନିର୍ଦ୍ଦେଶ ଦିଆଯାଇଛି | ବାଲି ର ୱାଇ ଫର୍ମ ଜବତ କରାଯିବା ସହ ଏହି ବାଲି କେଉଁଠୁ ଆସିଲା , ଏହାର ଅନୁମତି ଥିଲା ନା ନାହିଁ ଏବଂ ଏହି ବାଲି ଅନୁମତି ମିଳିଥିବା ପରିମାଣ ସହ ସମାନ ନା ଅଧିକ ତାହା ଉପରେ ତଦନ୍ତ ଆରମ୍ଭ ହୋଇଥିବା ତହସିଲଦାର ପ୍ରକାଶ କରିଛନ୍ତି |
