Odisha news

ସଣ୍ଡକୁଦରେ ତିନି ବର୍ଷର ଶିଶୁକୁ ଦୁଷ୍କର୍ମ , ପୀଡିତା ଗୁରୁତର

0

ପାରାଦୀପ : ପାରାଦୀପ ଷଣ୍ଢକୁଦ ବସ୍ତିରେ ଘଟିଯାଇଛି ଏକ ଲଜ୍ଜା ଜନକ ଘଟଣା, ତିନିବର୍ଷ ର ଶିଶୁକନ୍ୟା କୁ ବଳାତ୍କାର,ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କୀ ମେଡିକାଲ ଓ ପରେ ଜଗତସିଂହପୁର ମେଡିକାଲ କୁ ରେଫର କରାଯାଇଛି ,ପରିବାର ପକ୍ଷରୁ ଜଟାଧାର ମୁହାଣ ଥାନାରେ ଏତଲା। ପୋଲିସ ତରଫରୁ ସନ୍ଦେହ ରେ ଜଣକୁ ଅଟକ ରଖି  ପଚରାଉଚରା ଜାରି ରଖିଛି । ଘଟଣା ଘଟିଛି ପାରାଦୀପ ଜଟାଧାର ସାମୁଦ୍ରିକ ଥାନା ଅନ୍ତର୍ଗତ ଷଣ୍ଢକୁଦ ବସ୍ତି 17 ନମ୍ବର ୱାର୍ଡରେ l ବସ୍ତିରେ ରହିଥିବା ଏକ ପରିବାର ଖାଇ ପି ଶୋଇପଡ଼ିବା ପରେ ରାତିରେ ତିନିବର୍ଷ ର ଝିଅଟି ନିଖୋଜ ହୋଇ ଯାଇଥିଲା l ରାତି ତିନିଟା ପାଖାପାଖି ଝିଅ ଘରେ ନ ଥିବା ଦେଖି ବିଭିନ୍ନ ସ୍ଥାନ ଖୋଜାଖୋଜି କରିବା ପରେ ନିରାଶ ହୋଇ ଥାନାକୁ ଆସୁଥିବା ସମୟରେ ଝିଅକୁ ଜଣେ ବୟସ୍କ ବ୍ୟକ୍ତି ରଖିଥିବା ଖବର ପାଇ ଝିଅକୁ ଆଣିବା ସମୟରେ ଝିଅ ର ରକ୍ତସ୍ରାବ ହେଉଥିବା ଦେଖି ପ୍ରଥମେ ଜଟାଧାର ସାମୁଦ୍ରିକ ଥାନାରେ ଅଭିଯୋଗ ଦେବା ସହିତ ଅଠରବାଙ୍କୀ ମେଡିକାଲ ରେ ଆସୁ ଚିକିତ୍ସା କରିବା ପରେ ଝିଅକୁ ଜଗତସିଂହପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ତେବେ ନାବାଳିକା କୁ ପାଇ ଘରେ ରଖିଥିବା ବୃଦ୍ଧ ବ୍ୟକ୍ତି ଙ୍କୁ ଥାନାରେ ପଚରା ଉଚରା ଜାରି ରହିଥିବା ବେଳେ ଅଭିଯୁକ୍ତ କିଏ ତାହା ଅସ୍ପଷ୍ଟ ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି

IEC 2 years
Leave A Reply