ପାରାଦ୍ୱୀପ , ନୀରବି ଯାଉଚି ନିରଞ୍ଜନ ଙ୍କ ତବାଲା ର ତାଳ । ଅସରନ୍ତି ଦୁଃଖ କୁ ହୃଦୟ ରେ ଚାପି ଧରି ପ୍ରତି ମୁହୂର୍ତ୍ତରେ ଗୁୁମୁରି କାନ୍ଦୁଛନ୍ତି ସେ । ରୋଗ ଗ୍ରସ୍ତ ଶରିର ଉଜାଡି ଦେଇଚି ତାଙ୍କ ପରିବାର ସହିତ ତାଙ୍କ ଭିତରେ ଥିବା ଅଜସ୍ର କଳା ର ପ୍ରତିଭାକୁ । ଏବେ କେବଳ ଭାଗ୍ୟକୁ ଆଦରି ବିତାଇଥିବା ସ୍ମୃତି କୁ ମନେ ପକାଇ କାନ୍ଦିବା ଛଡା ଆଉ ତାଙ୍କ ପାଖରେ କିଛି ବି ସାମର୍ଥ୍ୟ ନାହିଁ । ଦେଖନ୍ତୁ ଏକ କଳାକାର ର ବାସ୍ତବିକ ଜୀବନର ପ୍ରକୃତ ଛବି । ଯେଉଁ ଘର ଭିତରୁ ଦିନେ ଭାସି ଆସୁଥବା କ୍ଷୀନ୍ଦିଣୀ କ୍ଷୀନ୍ଦିଣୀ କ୍ଷୀ ଟା ର ସ୍ୱର, ସେଠି ଏବେ ଶୁଭୁଛି ଖାଲି କଇଁ କଇଁ ହୋଇ କାନ୍ଦି । ଯାହାର ଆଙ୍ଗୁଠିର ଅଳଙ୍କାର ରେ ନର୍ତ୍ତକୀ ମାନଙ୍କ ପାଦ ଆଉ ଗୀତିକାର କଣ୍ଠରୁ ଗୀତ ଆପେ ଆପେ ବାହାରି ଆସୁଥିଲା ସେ ଏବେ ନୀରବ ନିଶ୍ଚଳ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ମଙ୍ଗରାଜପୁର ପଞ୍ଚାୟତ ପାରସରପୁର ଗ୍ରାମର ନିରଞ୍ଜନ ଦାସ । ଅଞ୍ଚଳର ଜରେ ଜଣାଶୁଣା ତବଲା ବାଦକ । ଯିଏ ଏବେ ବଞ୍ଚିବା ପାଇଁ କରୁଛନ୍ତି ଆକୁଳ ନିବେଦନ । ଗରିବ ପରିବାର ରେ ଜନ୍ମ ନିରଞ୍ଜନଙ୍କ ର ସଉକ ଥିଲା ଚବଲା ବାଦନ କରିବା । ଟିକି ଦାସ ଙ୍କୁ ନିଜ ,ସ୍ତ୍ରୀ ରୂପେ ଗ୍ରହଣ କରିବା ପରେ ଦୁଇ ଝିଅ ଓ ଗୋଟେ ପୁଅ କୁ ନେଇ ସଂସାର ବୋଧ ପାଇଁ ତବଲା ବଜାଇବାୁ ପେସା ଭାବେ ଗ୍ରହଣ କରିବାରୁ ପଡିଲା ତାଙ୍କୁ । କଷ୍ଟେମଷ୍ଟେ ତେଲ ଲୁଣ ର ସଂସାର ଚଳାଉଥିବା ନିରଞ୍ଜନ ଙ୍କ ପ୍ରତି ସତେ ଯେମିତି ଦୈବ ଦାଉ ସାଜିଲା । ମଧୁମେହ ରୋଗ ରେ ଛନ୍ଦି ହୋଇ ଅକର୍ମଣ୍ୟ ପାଲଟିଗଲେ ।,ସ୍ତ୍ରୀ ମଧ୍ୟ ରୋଗର ଶିକାର ହୋଇ ସଜ୍ଜାସାଇ । ଦୁଇ ଝିଅ କୁ ସ୍ତାନୀୟ ସତ୍ୟସାଇ ସଂଗଠନ ର ଯୁବକ ମାନେ ବିଭାହ କରାଇ ଦେଇଥିବା ବେଳେ ପୁଅ କୁ ନେଇ ଆଶ୍ରମ ରେ ପାଠ ପଢାଉଛନ୍ତି । ସବୁଠାରୁ ବଡ କଥା ହେଉଛି ନିରଞ୍ଜନ ଓ ତାଙ୍କ ,ସ୍ତ୍ରୀ ଶେଯ ରୁ ଠଉି ପାରୁନଥିବା ବେଳେ ଯିଏ ଯାହା ଦେଲେ ଖାଉଛନ୍ତି ନହେଲେ ଉପବାସ ରେ ଶେଇବା ସାର ହେଉଛି । ନା ରୋଗ ର ଚିକିତ୍ସା ହୋଇ ପାରୁଛି ନା ଦି ଓଳି ଦି ମୁଠା ସେମାନେ ଖାଇ ପାରୁଛନ୍ତି । କଳା ର ପୂଜାରୀ ହୋଇ କଳା ସଂସ୍କୃତି କୁ ନିଶା ରୁ ପେସା କରି ଏବେ ଦଇବ ର ଦାଉ ରେ ଘାଣ୍ଟି ହୋଇ ଯାଉଚି ନିରଞ୍ଜ ଙ୍କ ଜୀବନ । ସରକାରୀ ସହାୟତା କହିଲେ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ଟଙ୍କିକିଆ ଚାଉଳ । ବାସ୍ତବିକ କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ପକ୍ଷରୁ ଯଦି ନିରଞ୍ଜନ ଓ ତାଙ୍କ,ସ୍ତ୍ରୀ ଙ୍କୁ ସହାୟତା ଯୋଗାଇ ଦିଆ ଯାଇ ପାରନ୍ତା ତେବେ ଜଣେ କଳାକାର ବାକିତକ ଜୀବନ କାନ୍ଦି କାନ୍ଦି ନୁହେଁ ହସି ହସି କରିପାରନ୍ତେ ।