Odisha news

ରାତି ଅଧିଆ ଜଙ୍ଗଲ ଲୁଟ : ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଜମି ମାଫିଆ ସମ୍ପୃକ୍ତ

0

ପାରାଦୀପ୍ – ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗତ କାଲି ସମୟ ରେ ରାତି ଅଧିଆ ଚାଲିଛି ଅବାଧ ଜଙ୍ଗଲ ଲୁଟ : ବନ ବିଭାଗ ଚୁପ୍ ଶୀର୍ଷକ ଖବର ପରେ ଏବେ ବନ୍ଦର ନଗରୀ ପାରାଦୀପ ରେ ଜୋର୍ ଚର୍ଚ୍ଚା | ଦିନ ତମାମ ଖବର କୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟାରେ ସ୍ତାନୀୟ ଇଫକୋ ଛକରେ ନିର୍ଦ୍ଧିଷ୍ଠ ଏକ ଗୋଷ୍ଠୀ ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ଏକ ବିଶେଷ ସୂତ୍ରରୁ ଖବର ମିଳିଛି  |

କିଛି ଅସାମାଜିକ ଓ ମାଫିଆ ମାନଙ୍କୁ ହାତ କରି ଏକ ସପ୍ତାହ ହେବ ପାରାଦୀପ୍ ତୈଲ ବିଶୋଧନାଗାର ପଛରେ ଥିବା ଚନକଣ ଓ ସାଉଥଗେଟ କଡ ଦେଇ ଯାଇଥିବା ରାସ୍ତା ପାଖରୁ ହଜାର ହଜାର ଝାଉଁ ଗଛ କୁ କାଟି ଲୁଟ କରାଯାଉଥିବା ଓ ବନ ବିଭାଗ ଜାଣିବାରେ ଏସବୁ କୁଆଡେ କରାଯାଉଥିବା ମଧ୍ଯ ଆଲୋଚନା ହେଲାଣି  | ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଜଙ୍ଗଲ କାଟି ଉକ୍ତ ଜମି କୁ ପ୍ଳଟିଂ କରି ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରିବା ଲକ୍ଷ୍ୟ ରଖିଥିବା କିଛି ଜମି ମାଫିଆ ସେମାନଙ୍କର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି  | ବର୍ଦ୍ଧମାନ ରାଜା ଓ ସଣ୍ଡ ରାଜା ଙ୍କର ଏହି ଜମି କୁ ଜୈନିକ ତତ୍କାଳୀନ ରାଜସ୍ୱ ନିରୀକ୍ଷକ ସାହୁ ବାବୁ ଙ୍କ ଦ୍ଵାରା କୁଆଡେ ପାରାଦୀପ୍ ର ଜୈନିକ ମେଡିକାଲ ଅଧିକାରୀ ଙ୍କ ପୁଅ ବୋହୂ ଜୈନିକ ବିଦ୍ୟୁତ୍ ବିଭାଗ ର ତତକାଳୀନ ଯନ୍ତ୍ରୀ ଚଞ୍ଚକତା କରି ହାତେଇ ନେବାରେ ସଫଳ ହୋଇଥିଲେ  |

1980 ରୁ 1984 ମସିହା ମଧ୍ୟରେ ଏହି ସବୁ ହୋଇଥିଲା ବେଳେ 2007 ରେ ଦିଲ୍ଲୀ ର ଏକ କାପୁର ବାପା ପୁଅ ନେଇ ଏହାକୁ ବଡ଼ ହୋଟେଲ କରିବାକୁ ଲକ୍ଷ୍ୟ ରଖି ଶେଷରେ ସିଆରଜେଡ୍ ଅନୁମତି ନମିଳିବାରୁ ସେ ଗତ ଛଅ ମାସ ତଳେ ଏହି ଜମିକୁ ବିକ୍ରି କରିଥିଲେ  | ପାରାଦୀପ୍ ର ବିଭିନ୍ନ କମ୍ପାନୀ ରେ ଥିବା ଅଧିକାରୀ ଓ କିଛି ବ୍ୟବସାୟୀ ଲୋଭର ବଶବର୍ତ୍ତୀ ହୋଇ ଏହି ଜମି କିଣି ଥିବା ଓ ପାନ୍ଥନିବାସ ଏବ୍ଂ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ଛକ ପାଖ ଏକ ହୋଟେଲ ରେ ସବରେଜିଷ୍ଟର ଯାଇ ଜମି କିଣାବିକା ରେ ସହଯୋଗ କରିଥିବା ଏବେ ଚର୍ଚା ଆରମ୍ଭ ହେଲାଣି  | ଦିଲ୍ଲୀ ର କାପୁର ପୁତ୍ର ଙ୍କୁ ହାଓଲା ଏଜେନ୍ସି ମାଧ୍ୟମରେ କୋଟି କୋଟି ଟଙ୍କା ଦିଆଯାଇଥିବା ବେଳେ ଏବେ ସେହି ଜମିରୁ କିଭଳି ଗଛ ଉଠାଇ ତାହାକୁ ପ୍ଲଟିଂ କରି ବିକ୍ରି କରିବେ ସେନେଇ କିଛି ମାଫିଆ ସକ୍ରିୟ ହୋଇ ଉଠିଛନ୍ତି | ସମୁଦ୍ର ଉପକୁଳ ରେ ଥିବା ଏହି ରକ୍ଷାକବଚ ଝାଉଁ ବଣ କୁ କିଭଳି ରାତାରାତି କାଟି ଲୁଟ କରାଯାଉଚି ଆଉ ଏତେ ସବୁ ଜାଣି ମଧ୍ଯ ପ୍ରଶାସନ ଏବଂ ବନ ବିଭାଗ ଚୁପ୍ ହୋଇ ବସି ରହିଛନ୍ତି ତାହା ଏବେ ତଦନ୍ତ ସାପେକ୍ଷ  | ରାଜକନିକା ବନ ବିଭାଗ ରେ ଚଉଦ ହଜାର ଗଛ କାଟିବା ନେଇ ଅନୁମତି ମଗାଯାଇଥିଲା ଓ ଏହା ମିଳିନଥିବ ବେଳେ କିଛି ଉପାୟ ନପାଇ ମାଫିଆ ଙ୍କ ସହାୟତା ରେ ଏବେ ରାତାରାତି ଗଛ ଲୁଟ୍ କରାଯାଉଛି | ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ରାଜସ୍ୱ ବିଭାଗ ଓ ବନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି  |

Nalco
Leave A Reply