ଥଣ୍ଡା ଦିନରେ ଗୁଡ଼ ଓ ଗୋଲମରିଚ ଶରୀର ପାଇଁ ଖୁବ ଉପଯୋଗୀ l ଏହାକୁ ସେବନ କରିବା ଦ୍ୱାରା ବିଭିନ ସମସ୍ୟା କୁ ଦୂର କରାଯାଇ ପାରିବ l ଉଭୟ ଗୁଡ଼ ଓ ଗୋଲମରିଚ ଗରମ ହୋଇଥିବା କାରଣରୁ ଏହାକୁ ଗ୍ରୀଷ୍ମ ଋତୁରେ ସେବନ କରିବା ଠିକ ନୁହେଁ l କିନ୍ତୁ ଯଦି ଶୀତଋତୁରେ ସେବନ କରୁଛନ୍ତି ତେବେ ସୀମିତ ମାତ୍ରାରେ ସେବନ କରନ୍ତୁ l ଆସନ୍ତୁ ଆଜି ଜାଣିବା ଗୁଡ଼ ଓ ଗୋଲମରିଚ ଖାଇବାର ଲାଭ ବିଷୟରେ l
* ଗୁଡ଼ ଓ ଗୋଲମରିଚ ସେବନ କରିବା ଦ୍ୱାରା ଥଣ୍ଡା କାଶରୁ ଆରାମ ମିଳିଥାଏ l ଥଣ୍ଡା କାଶ ପାଇଁ ଗୋଟିଏ ଗିନା ଦହି ନିଅନ୍ତୁ l ଏଥିରେ ଖଣ୍ଡିଏ ଗୁଡ଼ ଓ ସାମାନ୍ୟ ଗୋଲମରିଚ ଗୁଣ୍ଡ ମିଶାନ୍ତୁ l ଏହାକୁ ଦିନରେ ୨ରୁ ୩ଥର ସେବନ କରନ୍ତୁ l ଏପରି କରିବା ଫଳରେ ଥଣ୍ଡା କାଶରୁ ଆରାମ ମିଳିଥାଏ l
* ଗୋଲମରିଚ କୁ ଆପଣ ଔଷଧ ଭାବରେ ବ୍ୟବହାର ମଧ୍ୟ କରିପାରିବେ l ଗୁଡ଼ ଓ ଗୋଲମରିଚ ମିଶ୍ରଣ ଗଳା ଦରଜ ରୁ ଆରାମ ଦେଇଥାଏ l ଗଳା ଯନ୍ତ୍ରଣା ପାଇଁ ଗୋଲମରିଚ ସହିତ ଗୁଡ଼ ର ଗୁଣ୍ଡ କୁ ନିୟମିତ ସେବନ କରନ୍ତୁ l ଏଥିରେ ପିପଳୀ ଓ ଶୁଣ୍ଠୀ ମିଶାଇ ନିୟମିତ ଦିନକୁ ତିନିଥର ସେବନ କଲେ ଯନ୍ତ୍ରଣା ରୁ ଆରାମ ମିଳିବ l
* ଯଦି ଆପଣଙ୍କର ନାକ ଶୀରାର ଅସୁବିଧା ରହିଛି ଯାହାକି ନାକ ରୁ ରକ୍ତ ବାହାରି ଥାଏ l ସେଥିପାଇଁ ନିୟମିତ ଦହି, ଗୋଲମରିଚ,ଗୁଡ଼ ସେବନ କଲେ ଏହି ଅସୁବିଧା ଦୂର ହୋଇଯାଇ ଥାଏ l
* ଆୟୁର୍ବେଦ ରେ କୁହାଯାଇଛି ଯେ ଗୁଡ଼ ଓ ଗୋଲମାରିଚ କୁ ଏକା ସାଙ୍ଗରେ ସେବନ କରିବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ l ଗୋଲମରିଚ ରେ ପେପରିନ ରହିଛି l ଯାହା ଗଣ୍ଠି ଯନ୍ତ୍ରଣା ସହିତ ବିଭିନ୍ନ ସମସ୍ୟା ଦୂର କରିଥାଏ l ଗୁଡରେ ମଧ୍ୟ ଅଧିକ ପରିମାଣରେ ଆଇରନ ରହିଥାଏ ଯାହା ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ l
* ଶୀତଋତୁ ରେ ବିଭିନ୍ନ ସଂକ୍ରମଣ ସମସ୍ୟା ବଢି ଯାଇଥାଏ l ଏପରି ସ୍ଥିତି ରେ ଗୁଡ଼ ଓ ଗୋଲମରିଚ ଲାଭ ଦେଇଥାଏ l କାରଣ ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ l ଏହା ବିଭିନ ଗମ୍ଭୀର ସଂକ୍ରମଣ ରୁ ଶରୀରକୁ ଦୁରେଇ ରଖିଥାଏ l
* ଆଜିକାଲି ଡିପ୍ରେସନ ସମସ୍ୟା ଗୋଟିଏ ବଡ ସମସ୍ୟା ଅଟେ l ଏପରି ସ୍ଥିତି ରେ ଗୁଡ଼ ଓ ଗୋଲମରିଚ ସେବନ କଲେ ମୁଡ଼ ଠିକ ହୋଇଥାଏ l ଏହାକୁ ଆମେ ଚା ପ୍ରସ୍ତୁ କରି ମଧ୍ୟ ନିୟମିତ ଭାବରେ ପିଇ ପାରିବା l