Odisha news

ଗବେଷଣାର ନୂଆ ଖୁଲାସା : ପ୍ଲାଷ୍ଟିକ କପ ପରେ ପେପର କପ ମଧ୍ୟ ଶରୀର ପାଇଁ କ୍ଷତିକାରକ

0

ଯଦି ଆପଣ ଭାବୁଛନ୍ତି ପ୍ଲାଷ୍ଟିକ କପ ପରିବର୍ତେ ପେପର କପ ର ବ୍ୟବହାର କରିବେ ଓ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ତେବେ ଜାଣି ରଖନ୍ତୁ ଯେ ଏହା ଆପଣଙ୍କର ଭୁଲ ଧାରଣା ଅଟେ l ନିକଟରେ ଗୋଟିଏ ଗବେଷଣା ହୋଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ପେପର ରେ ପ୍ରସ୍ତୁତ ହେଉଥିବା କପ ମଧ୍ୟ ମାଟି ଓ ପ୍ରକୃତିକୁ ନଷ୍ଟ କରିପାରିବ l ଆମେ ପୂର୍ବରୁ ଜାଣିଥିଲେ ସମ୍ପୂର୍ଣ ପ୍ରକୃତିକୁ ପ୍ଲାଷ୍ଟିକ ପ୍ରଦୂଷିତ କରିଦେଉଛି l ଏହାପରେ ତାର ବିକଳ୍ପ ରେ ପେପର ବ୍ୟାଗ ଓ ପେପର କପ ର ବ୍ୟବହାର ହୋଇଥିଲା l ସ୍ୱିଡ଼େନ ର ଗୋଥେବର୍ଗ ବିଶ୍ୱବିଦ୍ୟାଳୟ ର ଗବେଷକ ମାନେ ପ୍ରଜାପତି ଓ ମଶାଙ୍କ ଲାର୍ଭାରୁ ଅଧ୍ୟୟନ କରି ଏହି ତଥ୍ୟ ଦେଇଛନ୍ତି l

– ଏହି ଅଧ୍ୟୟନ ରେ ପେପର କପ ଓ ପ୍ଲାଷ୍ଟିକ କପ କୁ କିଛି ସପ୍ତାହ ପାଇଁ ଓଦା ସନ୍ତସନ୍ତିଆ ଜାଗା ଓ ପାଣି ଥିବା ଜାଗାରେ ରଖିଦିଅ ଯାଇଥିଲା l ଏଥିରୁ ଜଣା ପଡିଥିଲା ଯେ ଏଥିରେ ରହିଥିବା ରାସାୟନିକ ପଦାର୍ଥ କିଭଳି ମଶା ଙ୍କ ଲାର୍ଭା କୁ ପ୍ରଭାବିତ କରୁଛି l

– ଏହି ଅଧ୍ୟୟନ ଅନୁସାରେ ପେପର କପ ରେ ଦିଆଯାଉଥିବା ରାସାୟନିକ ପଦାର୍ଥ ମଣିଷ ମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି l ଯାହାଦ୍ୱାରା ମଣିଷ ମାନେ ରୋଗ ଦ୍ୱାରା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି l ଗୋଟିଏ ଦିନରେ ଯଦି ଆମେ ୩ରୁ ୪ କପ ଚା କାଗଜ କପ ରେ ସେବନ କରିବା ତେବେ ଏହାଦ୍ୱାରା ଆମ ଶରୀର କୁ ୭୫ହଜାର ସୂକ୍ଷ୍ମ ରାସାୟନିକ ଶରୀରକୁ ଯାଇଥାଏ ଯାହାକି ଶରୀର ପାଇଁ କ୍ଷତିକାରକ ଅଟେ l

– ବାୟୋପ୍ଲାଷ୍ଟିକ ର ଉତ୍ପାଦନ ଜୀବାସ୍ମ ଇନ୍ଧନ ପରିବର୍ତେ ନବୀ କରଣୀୟ ସଂସାଧନ ରୁ କରାଯାଇ ଥାଏ, ଯେପରିକି ମକା, ଆଖୁ ବାଜରା ଇତ୍ୟାଦି l ପର୍ଯାବରଣ ପ୍ରଦୂଷଣ ଜର୍ଣ୍ଣାଲ ର ସୂଚନା ଅନୁସାରେ ପିଏଲଏ କୁ ସାଧାରଣ ଭାବରେ ବାୟଡିଗ୍ରେଡେ଼ବୁଲ କୁହାଯାଇ ଥାଏ l

– କାଗଜ କପ ରେ ବ୍ୟବହାର ହେଉଥିବା ଵାୟପ୍ଲାଷ୍ଟିକ ପାଣିରେ ମିଶିଲେ ମଧ୍ୟ ନଷ୍ଟ ହୋଇ ନଥାଏ l ଯାହାକୁ ଜୀବଜନ୍ତୁ ଖୁବ ସହଜ ରେ ଖାଇ ଥାଆନ୍ତି l ଏହାଦ୍ୱାରା ତାଙ୍କ ଶରୀର କୁ କ୍ଷତିକାରକ କେମିକାଲ ଯାଇ ଶରୀର କୁ ପ୍ରଭାବିତ କରିଥାଏ l

– ଗବେଷକ ଙ୍କ ମତରେ ପେପର କପ କୁ ମଜଭୁତ କରିବା ପାଇଁ ବ୍ୟବହୃତ ହେଉଥିବା କେମିକାଲ ଶରୀର ରେ ବିଭିନ୍ନ କ୍ଷତିକାରକ ଜୀବାଣୁ କୁ ବୃଦ୍ଧି କରିଥାଏ ଯାହାକି ରୋଗର କାରଣ ଅଟେ l

Leave A Reply