Odisha news

ମୟୁରଭଂଜ ଅଭିମୁଖେ ଜାତୀୟ ରାଜପଥରେ ଚାଲିଚାଲି ଆସୁଥିବା ବେଳେ ପାଣିକୋଇଲି ପୁଲିସ ରାଜପଥରୁ ୨୭ ଜଣଙ୍କୁ ଉଦ୍ଧାର କଲା ପୁଲିସ

0

ପାଣିକୋଇଲି : ହରିପୁରରେ କାମ କରୁଥିବା ୨୭ ଜଣ ମୟୁରଭଂଜ ଅଭିମୁଖେ ଜାତୀୟ ରାଜପଥରେ ଚାଲିଚାଲି ଆସୁଥିବା ବେଳେ ପାଣିକୋଇଲି ପୁଲିସ ତାଙ୍କୁ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରୁ ୧୪ ପୁରୁଷ ୯ ମହିଳା ଓ ୪ ଶିଶୁ ଥିବା ଜଣାପଡିଛି । ସେମାନେ ଶିମିଳିପାଳ ଅଂଚଳର ବୋଲି ସୂଚନା ମିଳିଛି । କରୋନା ଲକ ଆଉଟ ପାଇଁ କାମ ନମିଳିବାରୁ ଲୋକ ଏବେ ସହରଛାଡି ଗ୍ରାମାଭିମୁଖି । ଲକ ଡାଉନ ଅବଧି ବଢି ଚାଲିଥିବା ବେଳେ ଯିଏ ଯେଉଁଠାରେ ଥାଉ ନା କାହିଁକି ଏବେ ଘର ମୁହାଁ ହୋଇଛନ୍ତି । ଖାଦ୍ୟପେୟ ଅଭାବ ସତ୍ୱେ ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ନିଜ ପରିବାରକୁ ଦେଖା କରିବାକୁ ଫେରୁଛନ୍ତି । କିନ୍ତୁ ସବୁ ବେଳେ ବାଟରେ ପୁଲିସ ହାବୁଡରେ ପଡୁଛନ୍ତି । ସେମାନେ ରାସ୍ତାରେ ଆସୁଥିବା ବେଳେ ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା ତାକୁ ଉଦ୍ଧାର କରି ପାଣିକୋଇଲି କଲେଜରେ ରଖି ଖାଦ୍ୟ ପେୟର ବ୍ୟବସ୍ଥା କରି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି ।

Leave A Reply