ପାଣିକୋଇଲି, ୭ା୬ : ପାଂଚ ଲକ୍ଷଟଙ୍କା ଯୌତୁକ ଦାବିକରି ବାରମ୍ବାର ଶାରିରୀକ ନିର୍ଯ୍ୟାତନ ପାଇବା ପରେ ପୋଡି ମାରିଦେବାର ମସୁଧା ଓ ଦ୍ୱତୀୟ ବିବାହର ଧମକ ଯୋଗୁ ସ୍ତ୍ରୀ ବାପଘରକୁ ପଳାଇ ଆସି ପାଣିକୋଇଲି ଥାନାରେ ମତ ମଇ ୧୮ ଲିଖିତ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ଏକ ମାମଲା ୧୦୮/୨୨ ରୁଜ୍ଜୁ କରି ତଦନ୍ତ ଜାରି ରଖିଛିଥିଲା । ଏହି ମାମଲାରେ ଆଜି ଯାଜପୁର ସଦର ଥାନା ଅନ୍ତର୍ଗତ ଆଦମପୁର ଗ୍ରାମର ସେକ ହଲିମଙ୍କ ପୁଅ ସେକଅବଦୁଲ ହାକିମ(୩୫)କୁ ଗିରଫ କରି ଦଫା ୪୮୯(ଏ), ୨୯୪, ୩୨୩, ୩୦୬, ୩୪, ୪ଡିପି ଆକ୍ଟରେ ଅଦାଲତ ଚାଲାଣ କରିଛି । ପ୍ରକାଶଯେ ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଂଚାୟତର ଶଗଡି ଗ୍ରାମର ବତୁଲାନ ବିବିଙ୍କ ଅଭିଯୋଗ ମୁତାବକ ୧୩ ବର୍ଷ ତଳେ ତାଙ୍କର ବିବାହ ଯାଜପୁର ସଦର ଥାନା ଅନ୍ତର୍ଗତ ଆଦମପୁର ଗ୍ରାମର ସେକ ହଲିମଙ୍କ ପୁଅ ସେକ ଅବଦୁଲ ହକିମଙ୍କ ସହ ବିବାହ ହୋଇଥିଲା । ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ପ୍ରଦାନ କରାଯାଇଥିଲା । ହେଲେ ଏବେ ୩ ବର୍ଷ ହେବ ୫ ଲକ୍ଷଟଙ୍କା ଯୌତୁକ ଦାବି କରି ତାଙ୍କୁ ଶାରିରୀକ ମାନସିକ ଯନ୍ତ୍ରଣା ଦିଆଯାଉଛି । ଏମିତିକି ସ୍ୱାମୀଙ୍କ କହିବା ଅନୁଯାୟୀ ୩ଟି ସଂସ୍ଥାରୁ ଋଣ କରାଯାଇଥିଲେ ବି କିସ୍ତି ଟଙ୍କା ଦେଉନାହାନ୍ତି । ୫ ଲକ୍ଷଟଙ୍କା ବାପଘରୁ ନଆଣିଲେ କିରୋସିନ ଢାଳି ଜୀବନରୁ ମାରିଦେବା ସହ ସ୍ୱାମୀର ଦିତୀୟ ବିବାହ କରିବାର ଧମକ ସ୍ୱାମୀ, ଶାଶୁ, ଶଶୁର, ନଣନ୍ଦ ପ୍ରମୁଖ କହିବା ସହ ମାରପିଟ କରୁଛନ୍ତି । ନିର୍ଯ୍ୟାତନା ସହି ନପାରି ବତୁଲାନ ବିବି ବାପଘରକୁ ପଳାଇ ଆସି ଥାନାରେ ଅଭିଯୋଗ କରିଥିଲେ ।
ସେହିପରି ପାଣିକୋଇଲି ଥାନା ଅନ୍ତର୍ଗତ ତଥା ଶଙ୍ଖଚିଲା ପାଣ୍ଡି ଅଧିନ ଖମଣ ପଂଚାୟତର ଠାକୁରପାଟଣା ଗ୍ରାମର ସତ୍ୟରଂଜନ ପୃଷ୍ଟିଙ୍କ ସ୍ତ୍ରୀ ରଶ୍ମୀତାଙ୍କ ଅଭିଯୋଗରେ ତାର ଦୁଇ ନଣନେ୍ଦଇଙ୍କୁ ପୁଲିସ ଆଜି ଗିରଫ କରି ଅଦାଲତ ଚାଲାଣ କରିଛି । ସେମାନେ ହେଲେ ଚିତରଂଜନ ସାହୁ, ସୂର୍ଯ୍ୟାନନ୍ଦ ପାତ୍ର । ପ୍ରକାଶଯେ ରଶ୍ମିତାଙ୍କ ଅଭିଯୋଗ ମୁତାବକ ପୂର୍ବରୁ ୫ ଲକ୍ଷଟଙ୍କା ଯୌତୁକ ଦାବିରେ ତାଙ୍କୁ ପରିବାର ପକ୍ଷରୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଏ । ଗତ ୬ ତାରିଖ ସ୍ୱାମୀଙ୍କ ଅନୁପସ୍ଥିତି ସମୟରେ ମଧ୍ୟାନ୍ନରେ ସେ ନଳକୂପ ପାଖରେ କଂସାବାସନ ମାଜୁଥିବା ବେଳେ ତାର ନଣନ୍ଦ ଓ ନଣନେ୍ଦଇ ପହଂଚି ହଠାତ ଗାଳି ଗୁଲଜ କରିଥିଲେ । ସେ ଏହାର ପ୍ରତିବାଦ କରିବାରୁ ତାକୁ ମାଡ ମାରିଥିଲେ । ଏଥିରେ ଶାଶୁ ସାବିତ୍ରୀ ଓ ଦିଅର ଅଜୟ ମଧ୍ୟ ସାମିଲ ହୋଇଥିଲେ । ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ସହ ତାର ସମସ୍ତ ସୁନା ଜିନିଷ ଲୁଟି ନେଇଥିଲେ । ଏମିତିକି ଆକ୍ରମଣରେ ତାର ହାତ କଟିଯାଇଥିଲା । ମାଡରେ ଲୁହାରଡ ମଧ୍ୟ ବ୍ୟବହାର କରାଯାଇଥିଲା । ଯୌତୁକ ନଆଣିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । କୌଶଳକ୍ରମେ ରଶ୍ମିତା ସେଠାରୁ ଖସି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଏକ ମାମଲା ୧୨୫/୨୨ ରୁଜ୍ଜୁ କରାଯାଇ ତଦନ୍ତ ଜାରିରହିଥିଲା । ପୁଲିସ ଚିତରଂଜନ ସାହୁ, ସୂର୍ଯ୍ୟାନନ୍ଦ ପାତ୍ରକୁ ଗିରଫ କରି ଦଫା ୪୯୮(ଏ), ୩୪୧, ୨୯୪, ୩୨୩, ୩୨୪, ୩୫୪, ୫୦୬, ୩୪ଆଇପିସ ରେ ଅଦାଲତ ଚାଲାଣ କରିଛି ।
