ପାଣିକୋଇଲି, ୭ା୬ : ଜାତୀୟ ରାଜପଥରେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ୨୪ ଘଂଟିଆ ପୋଟ୍ରୋଲିଙ୍ଗ ଗାଡି ବୁଲୁଛି । ବ୍ରଜନଗର ଠାରୁ କୁଆଖିଆ ପର୍ଯ୍ୟନ୍ତ ଏକ ଗାଡି ଯୋଗାଇ ଦିଆଯିବା ସହ ଥାନା ପୁଲିସ ଓ ସ୍ୱତନ୍ତ୍ର ପୁଲିସ ଏଥିରେ କାର୍ଯ୍ୟ କରିଥାନ୍ତି । ପେଟ୍ରୋଲିଙ୍ଗ ସମୟରେ ଏହି ଗାଡି ଜନସାଧାରଣଙ୍କ ସୁବିଧା ପରିବର୍ତେ, ରାଜପଥରେ ଯାଉଥିବା ଗୋରୁ, ଛେଳି, ଜାଅାଁଳ, ଚିଙ୍ଗୁଡି ଆଦି ଗାଡିରୁ ଧମକ ଦେଇ ଅର୍ଥ ଆଦାୟର ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏହାର ସତ୍ୟତା ଉପରେ ସାମ୍ବାଦିକ ମାନେ ଧ୍ୟାନ ରଖିଥିଲେ । ଏକ ଗଣମାଧ୍ୟମର ପ୍ରତିନିଧି ଅଶୋକ କୁମାର ଦାସଙ୍କ ହାତରେ ଅର୍ଥ ଆଦାୟର ପ୍ରମାଣ ଲାଗିଥିଲା । ଯାହା ଫଳରେ ଅକ୍ରୋଶ ରଖି ଏସପିଓ ପ୍ରମୋଦ ବିନ୍ଧାଣୀ ସାମ୍ବାଦିକଙ୍କୁ ଫୋନରେ ଧମକ ଦେବା ସହ ଦୁର୍ବବ୍ୟହାର କରିଥିବାର ପ୍ରମାଣ ରହିଛି । ଏନେଇ ଯାଜପୁର ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି
