Odisha news

ବାଲି ଗାଡିକୁ ରାସ୍ତାରେ ଅଟକାଇଲେ ଗ୍ରାମବାସୀ

ପାଣିକୋଇଲି : ବୈତରଣୀ ନଦୀର କୋରାଇ ବ୍ଲକ ଅନ୍ତର୍ଗତ ମୂଳାପାଳ ପଂଚାୟତର ଶାଳବା ବାଲିଘାଟକୁ ବ୍ୟାସନଗର ତହସିଲ ନିଲାମ କରିଛି । ହେଲେ ବାଲିଘାଟ ଲିଜ ଧାରୀ ସରକାରୀ ନିୟମକୁ ଉଳଙ୍ଘନ କରି ମେସିନ ଦ୍ୱାରା ବାଲି ଉତୋଳନ କରିବା ସହ ଭାରିଯାନ ଗୁଡିକରେ ବାଲି ଲୋଡ କରି ପଠାଉଛି । ଯାହା ଶାଳବା ଗ୍ରାମ ଉନ୍ନୟନ ବିାଭଗ ରାସ୍ତା ଦେଇ ସରସଦା ଗ୍ରାମ ନିକଟରୁ ଜଳସେଚନ ବିଭାଗ ରାସ୍ତା ଦେଇ ରାଜପଥକୁ ଉଠିଥାଏ । ଭାରଯାନ ଲୋଡ ଦେବା ଓ ରାତି ଅଧିଆ ହାଇୱାରେ ବାଲି ଲୋଡ ଦେବା ଫଳରେ ରାସ୍ତା ଭାଙ୍ଗି ଚୁରମାର ହୋଇଛି ।

ଯାହାକୁ ଶାଳବା ଓ ସରସଦା ଗ୍ରାମବାସୀ ବିରୋଧ କରିଛନ୍ତି । ଫଳରେ ଶାଳବା ରାସ୍ତାରେ ୫ଟି ଟିପରକୁ( ଓଡି୦୯ଏଚ୮୧୬୯, ଓଆର୧୬ସି ୩୧୦୯, ଓଡି୦୯ବି ୯୦୮୦, ଓଡି୧୧ଏଚ୨୧୪୦, ଓଆ୦୯ସି ୯୬୩୬) ବୁଧବାର ରାତ୍ରୀରୁ ଲୋକମାନଙ୍କ ଦ୍ୱାରା ଅଟକ ରଖାଯାଇଛି । ଛୋଟଗାଡି ବା ଟ୍ରାକ୍ଟର ଲୋଡକୁ ଗ୍ରାମବାସୀ ଅନୁମତି ଦେଇଥିବା ବେଳେ ଭାରିଯାନକୁ ବିରୋଧ କରିଛନ୍ତି ।

ଆଗକୁ ବର୍ଷା ଦିନ ଆସୁଥିବାରୁ ଭାରଯାନ ଚଳାଚଳ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି । ହେଲେ ଅଟକ ଗାଡିଗୁଡିକୁ ଗ୍ରାମବାସୀ ଛାଡିନଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ସେଠାରେ କେହି ପହଂଚିନାହାନ୍ତି । ଅପରପକ୍ଷେ ଅପରାହ୍ନରେ ପାଣିକୋଇଲି ପୁଲିସ ଓ ଗ୍ରାମବାସୀଙ୍କ ସହ ଆଲୋଚନ ପରେ ଗାଡି ଗୁଡିକୁ ଛଡାଯାଇଥିଲା । କିନ୍ତୁ ଭାରିଯାନରେ ବାଲି ଉତୋଳନ ହେବ କି ନାହିଁ ସେ ନେଇ ଗ୍ରାମବାସୀ ମାନଙ୍କ ପରବର୍ତି ବୈଠକ ପରେ ସ୍ଥିର କରାଯିବ ବୋଲି ନିଷ୍ପତି ହୋଇଛି ।

Nalco

Comments are closed.