Odisha news

ଦିଲ୍ଲୀରେ କରୋନା ପରିସ୍ଥିତିର ସମୀକ୍ଷା କଲେ ବୈଜୟନ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ ଦ୍ବିତୀୟ ଲହର ବେଳେ କରୋନା ସଂକ୍ରମିତ ତଥା ଗରିବ ଅସହାୟମାନଙ୍କୁ ସୁବିଧା ଯୋଗାଇଦେବା ଲାଗି ପ୍ରଦେଶ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦଳୀୟ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏଗୁଡ଼ିକର ସମୀକ୍ଷା କରିଛନ୍ତି।

ଏହି ଅବସରରେ ସେ ଦିଲ୍ଲୀ ବିଜେପି ସାଂସଦ, ବିଧାୟକ, ବିଧାନସଭା ବିରୋଧୀ ଦଳ ନେତା ତଥା ଦଳୀୟ ପଦାଧିକାରୀଙ୍କ ସହ କ୍ରମାଗତ ବୈଠକ କରିଛନ୍ତି। ପୂର୍ବରୁ ବିଜେପି ପକ୍ଷରୁ ‘ମେରା ବୁଥ କରୋନା ମୁକ୍ତ’ ଅଭିଯାନ ଆରମ୍ଭ ହୋଇଥିଲା ବେଳେ ଏହାର ତଦାରଖ କରିଥିଲେ ବୈଜୟନ୍ତ ପଣ୍ଡା। କୋଭିଡ ଦ୍ଵିତୀୟ ଲହରର ମୁକାବିଲା ପାଇଁ ଦିଲ୍ଲୀ ବିଜେପି କାର୍ଯ୍ୟକର୍ତ୍ତାମାନେ ନିରନ୍ତର କାର୍ଯ୍ୟରତ ରହିଛନ୍ତି ବୋଲି ଏହି ଅବସରରେ ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି। କାର୍ଯ୍ୟକର୍ତ୍ତାମାନଙ୍କ ଏହି ସେବା ଭାବ ଦେଖି ଗର୍ବ ଅନୁଭବ କରୁଛି ବୋଲି ସେ ଏହି ଅବସରରେ କହିଛନ୍ତି।

ଅନ୍ୟପଟେ ଆସାମରେ ପୂର୍ବତନ ରାଜ୍ୟସଭା ସଦସ୍ଯ ବିଶ୍ବଜିତ ଦାଏମାରୀ ଆସାମ ବିଧାନସଭାର ୨୧ତମ ବାଚସ୍ପତି ପଦ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେ ବିଜେପି କେନ୍ଦ୍ରୀୟ ଟିମ ସମେତ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ଯବାଦ ଅର୍ପଣ କରି ତାଙ୍କର ମାର୍ଗଦର୍ଶନ ଲୋଡ଼ିଛନ୍ତି।

Nalco

Comments are closed.