Odisha news

ମା’ଙ୍କ ସ୍ମୃତି ଉଦେ୍ଦଶ୍ୟରେ ବୃକ୍ଷରୋପଣ

ପାଣିକୋଇଲି : କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ବଢେଇଟିକର ଗ୍ରାମର ସାମ୍ବାଦିକ ଭାଗିରଥି ବାରିକଙ୍କ ମା’ ସ୍ୱର୍ଗତ ବହିନି ବାରିକଙ୍କ ସ୍ମୃତି ଉଦେ୍ଦଶ୍ୟରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଢେଇଟିକର ଗ୍ରାମର ବୁଢୀ ଠାକୁରାଣି ମନ୍ଦିର ନିକଟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ସୁବାସ ଧଳ, ସମ୍ମାନିତ ଅତିଥି ଭାବେ ଖମଣ ସରପଂଚ ସୁଶାନ୍ତ କୁମାର ସାହୁ, ବରିଷ୍ଠ ଶିକ୍ଷାବିତ୍ ରଘୁନାଥ ସାହୁ, ସାମ୍ବାଦିକ ବିରଂଚି ନାରାୟଣ ଖୁଂଟିଆ, ସନ୍ତୋଷ ମହାକୁଡ଼, ନାରାୟଣ ସାହୁ, ଆନନ୍ଦ ବାରିକ, ଭାଗିରଥି ବାରିକ ଓ ଅନାଦି ବାରିକ ପ୍ରମୁଖ ଉପସ୍ଥିତ ଥିଲେ । କରୋନା କଟକଣାକୁ ମାନି ହୋଇଥିବା ଏହି କାର୍ଯ୍ୟକ୍ରମରେ ବର-ଓସ୍ତ ଗଛ ସମେତ ୫୦ରୁ ଉର୍ଦ୍ଧ ଗଛ ଲଗାଯାଇଥିଲା । ଗତ ଏପ୍ରିଲ ୬ ତାରିଖରେ ଶ୍ରୀ ବାରିକଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା । ମା’ଙ୍କ ସ୍ମୃତିରେ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

Nalco

Comments are closed.