ବେତନଟୀ : ଗତକାଲି ବେତନଟୀ ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର ସଙ୍ଗରୋଧ କେନ୍ଦ୍ରରେ ବାଙ୍ଗାଲୋର ଫେରନ୍ତା ଦମ୍ପତ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ଏହାର ମୁକାବିଲା କରିବା ପାଇଁ ପଞ୍ଚାୟତ ସ୍ତରରେ ପ୍ରସ୍ତୁତି କରା ଯାଇଛି । ବଡଯୋଡ ସରପଞ୍ଚ ଅଶୋକ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ସବୁ ଗ୍ରାମର ଯୁବକ ମାନଙ୍କୁ ଡକା ଯାଇ ସଚେତନା କରା ଯିବା ସହିତ ଏହାକୁ ମୁକାବିଲା କରିବାକୁ ଆଲୋଚନା ହୋଇଛି । ଗତକାଲି ସଙ୍ଗରୋଧ କେନ୍ଦ୍ରରୁ ଛାଡି ଦେଇ ଥିବା ଯୁବକ ଜଣକ କେଉଁ କେଉଁ ସ୍ଥାନକୁ ଯାଇ ଥିଲା, କାହା ସହିତ ମିଶି ଥିଲା ଏହାର ସୂଚନା ପ୍ରଶାସନକୁ ଦେବାକୁ ଗ୍ରାମର ଅନ୍ୟ ଯୁବକ ମାନଙ୍କୁ କୁହା ଯାଇଛି ।
ଅନ୍ୟ ପକ୍ଷରେ ସଂପୃକ୍ତ ଯୁବକ ଜଣକର ଘର ବୋଇଲେ ଗୋଟିଏ ମାତ୍ର କକ୍ଷ, ସେଥିରେ ତାଙ୍କର ସମ୍ପୂର୍ଣ୍ଣ ପରିବାର ରହୁ ଥିବାର ଜଣା ପଡିଛି । ତେଣୁ ଉକ୍ତ ଯୁବକ ଜଣକୁ ବିକଳ୍ପ ସଙ୍ଗରୋଧରେ ରଖିବାକୁ ପ୍ରଶାସନକୁ ଅନୁରୋଧ କରା ଯିବାକୁ ନିଷ୍ପତ୍ତି ନିଆ ଯାଇଛି । ବଡଯୋଡ ସମିତି ସଭ୍ୟ ଗଣେଷ ନାଏକ, ଜନାର୍ଦ୍ଦନ ମହାନ୍ତ, ଅଜୟ ଜେନା, ନଳିନୀଚନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ପୂର୍ଣ୍ଣଚନ୍ଦ୍ର ନାଏକ, ପ୍ରଦୀପ ବେହେରା, ଅନ୍ତର୍ଯ୍ୟାମୀ ବେହେରା, ବିଶ୍ୱମ୍ବର ବେହେରା, ଗୋବିନ୍ଦ ବେହେରା, ମିନୁଷ ମାରାଣ୍ଡି, ହିମାଂଶୁ ଶେଖର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ଥିଲେ ।