Odisha news

ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ମାତ୍ର ଚାରି ଓ୍ବାର୍ଡ ମେମ୍ବର, ଚୂଡାନ୍ତ ହୋଇ ପାରୁନି ପ୍ରାର୍ଥୀ ତାଲିକା , ନେତା ଚିନ୍ତିତ ବେଳେ ଆଶାୟୀ ଉତ୍କଣ୍ଠିତ

0

ବୁଗୁଡ଼ା : ତା ୧୭/୦୧/୨୨ : ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ବୁଗୁଡ଼ା ବ୍ଲକର ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି । ଶାସକ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ହେବାପାଇଁ ପ୍ରାୟ ପ୍ରତି ପଞ୍ଚାୟତରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାବେଳେ ବିଜେପି କେଉଁଠି ପ୍ରାର୍ଥୀ ଚୟନ କରିସାରିଛି ତ ଆଉ କେଉଁଠି ପ୍ରାର୍ଥୀ ଖୋଜା ଚଲାଇଛି । ଏହି ତୁଳନାରେ କଂଗ୍ରେସ ସବୁଠୁ ପଛରେ ରହିଥିବା ଜଣାପଡ଼ିଛି । ଏପରିକି ବୁଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ କଂଗ୍ରେସର ନେତା ଅଭାବ ହେତୁ ଏବେ ପ୍ରାର୍ଥୀ ଖୋଜା ଚାଲିଛି । ଦ୍ବିତୀୟ ପର୍ଯ୍ୟାୟରେ ବୁଗୁଡ଼ା ବ୍ଲକରେ ନିର୍ବାଚନ ହେଉଥିବା ଦୃଷ୍ଟିରୁ ତିନି ଦଳ ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଅନ୍ବେଷଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଶାସକ ବିଜେଡି ଦଳରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ପ୍ରତି ପଞ୍ଚାୟତରେ ଦଳ କେଉଁ ଆଶାୟୀ ପ୍ରାର୍ଥୀଙ୍କୁ ସମର୍ଥନ କରିବ ଏବଂ କାହାକୁ ଜିଲ୍ଲା ପରିଷଦ ଟିକଟ ଦେବ ସେନେଇ ନେତାଙ୍କ ଚିନ୍ତା ଏବଂ ଆଶାୟୀଙ୍କ ଉତ୍କଣ୍ଠା ବଢ଼ିଯାଇଛି। ଅନ୍ୟପକ୍ଷରେ ୧୭ରୁ ୨୧ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବାର ସମୟ ରହିଥିବା ବେଳେ ଆଜି ପ୍ରଥମ ଦିବସରେ କେବଳ ବୁଗୁଡ଼ା ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତର ୮,୧୦,୧୩ ଓ ୧୪ନଂ ଓ୍ବାର୍ଡ ପାଇଁ ଯଥାକ୍ରମେ ଅଭିମନ୍ୟୁ ରାଉତ , ବିଦେଶୀ ରାଉତ , ଯୋଗେନ୍ଦ୍ର ପ୍ରଧାନ ଓ ସୁନିତା ପ୍ରଧାନ ପ୍ରମୁଖ ଚାରି ଜଣ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ ହେଁ ସରପଞ୍ଚ କିମ୍ବା ସମିତି ସଭ୍ୟ ପଦବୀ ପାଇଁ କେହିହେଲେ ନାମାଙ୍କନ ପତ୍ର ଦାଖଲ କରିନଥିବା ନେଇ ବ୍ଲକ ନିର୍ବାଚନ ଅଧିକାରୀ ତନ୍ମୟ ପାତ୍ର ସୂଚନା ଦେଇଛନ୍ତି ।

Leave A Reply