ପାଂଚ ପୀତ ୧୧/୧ ଭୋଟର ମାନେ କିପରି ଇଭିଏମ ମେସିନ ଦ୍ଵାରା ନିଜର ମତଦାନ ଅଧିକାର ଠିକ୍ ଭାବରେ ସାବ୍ୟସ୍ତ କରିପାରିବେ ସେ ବିଷୟରେ ସଚେତନତା କରିବା ଉଦ୍ଦେଶ୍ୟରେ ଆଜି ଉପଖଣ୍ଡ ନିର୍ବାଚନ କାର୍ଯ୍ୟାଳୟରେ ୧୭ ଟି ଇଭିଏମ ମେସିନ ବାରିପଦା ମହଜୁଦ କେନ୍ଦ୍ର ଠାରୁ ଆସି ପହଁଞ୍ଚିଛି। ଏହାକୁ ଉପଖଣ୍ଡ ସହକାରୀ ନିର୍ବାଚନ ଅଧିକାରୀ ନିହାର ରଞ୍ଜନ ସେଠୀ ହସ୍ତଗତ କରିଥିଲେ। ତେବେ ଏହି ଇଭିଏମ ମେସିନ ଯଶିପୁର ନିର୍ବାଚନ ମଣ୍ଡଳୀର ୨୯୨ ଟି ଓ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ୨୪୧ ଟି ବୁଥରେ ଲୋକମାନଙ୍କୁ ଭୋଟ କିପରି ଦେଵେ ସେ ବିଷୟରେ ସଚେତନ କରାଇବା ବ୍ୟବସ୍ଥା କରାଯାଇଛି।୫ଟି ବ୍ଲକ ଠାକୁରମୁଣ୍ଡା, ଯଶିପୁର, ରରୁଆଁ, ଶୁକୃଳି ଓ କରଞ୍ଜିଆ ପାଇଁ ନୋଡାଲ ଅଧିକାରୀ ଯଥାକ୍ରମେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟଙ୍କଧର ମହାନ୍ତ, ଜିପିଡିଓ ସରୋଜ କୁମାର ସେଠୀ, ଜୟକୃଷ୍ଣ ବେଙ୍ଗରା,ଭାଗବତ ସାହୁ ଓ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଉତ୍ତମ ଚେତନ ମୁନି ୩ ଟି କରି ଓ କରଞ୍ଜିଆ ଏନ୍ଏସି ପାଇଁ ଡେପୁଟୀ କଲେକ୍ଟର ଅଭିସ୍ମିତା ତିୱାରୀ ୨ ଟି ଇଭିଏମ ମେସିନ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି।ଏହି ସମୟରେ ବହୁ ବିଭିନ୍ନ ଦଳୀୟ କର୍ମକର୍ତ୍ତା, ସାମ୍ବାଦିକ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସେକ୍ସନ ଅଧିକାରୀ ଅସିତ ମହାକୁଡ଼ ଉପସ୍ଥିତ ଥିଲେ