Odisha news

ମଟରସାଇକେଲ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର।

0

ପାଂଚପୀଢ ,୨୯/୮ କରଞ୍ଜିଆ ଦେଓ ନଦୀ ପୋଲ ଉପରେ ଭାରସାମ୍ୟ ହରାଇ ମଟରସାଇକେଲ ଦୁର୍ଘଟଣାରେ ଜଣେ ମୃତ ଏବଂ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗତକାଲି ରାତି ପ୍ରାୟ ସାଢେ ଦଶଟା ସମୟରେ ଏକ ଗ୍ଲାମୋର ମଟରସାଇକେଲ ନମ୍ବର ଓଡି- ୦୯ଏନ-୮୩୬୭ ଯୋଗେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ୱଡ ନମ୍ବର ୮ ପାକୁଟସାହିର ହାପୁ ଦେହୁରୀ (୨୮) ଓ କରଞ୍ଜିଆ ବ୍ଲକ ହାତିଦାଣ୍ଡି ଗାଁର ଜଗନ୍ନାଥ ମହାନ୍ତ (୨୮) କରଞ୍ଜିଆ ଆସୁଥିବା ସମୟରେ କୈାଣସି କାରଣ ବଶତଃ ଭାରସାମ୍ୟ ହରାଇ ଦେଓ ନଦୀ ପୋଲ କଡ଼କୁ ଗଡ଼ି ଯାଇଥିଲେ। ନିକଟସ୍ଥ ଲୋକମାନେ ସାହାରପଡା ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଉଭୟଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ। ଚିକିତ୍ସାଳୟ ରେ ଡାକ୍ତର ହାପୁର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ଏବଂ ଜଗନ୍ନାଥ ବର୍ତ୍ତମାନ  ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସାହାରପଡା ଓ କରଞ୍ଜିଆ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ଓ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି

Nalco
Leave A Reply