Odisha news

ଢ଼େଙ୍କିକୋଟ ଠାରେ ଶିଶୁଶ୍ରମିକ ମୁକ୍ତ ଗ୍ରାମପଞ୍ଚାୟତ ଘୋଷଣା କାର୍ଯକ୍ରମ

0
ଢ଼େଙ୍କିକୋଟ ତା ୨୯. ୮.୨୩ : ଘଟଗାଁ ବ୍ଲକ ଅନ୍ତର୍ଗତ ଢ଼େଙ୍କିକୋଟ ଗ୍ରାମପଞ୍ଚାୟତ ଠାରେ ଆଜି ଶିଶୁ ଶ୍ରମିକ ମୁକ୍ତ ଗ୍ରାମପଞ୍ଚାୟତ ଘୋଷଣା କାର୍ଯକ୍ରମ ଅନୁଷ୍ଟିତ ହେଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ବାରା ପରିଚାଳିତ ଆସ୍ପାୟାର ଏନ. ଜି. ଓ. ସଂସ୍ଥା ତରଫରୁ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ଢ଼େଙ୍କିକୋଟ ଗ୍ରାମପଞ୍ଚାୟତ ର ସରପଞ୍ଚ ଖଇର ନାଏକ, ମୁଖ୍ୟବ୍ୟକ୍ତା ଭାବେ ବରିଷ୍ଠ ବ୍ୟକ୍ତି, ସମାଜସେବୀ ତଥା ପଞ୍ଜାବ ନେସନାଲ ବ୍ୟାଙ୍କ ର ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର କୁଳମଣି ମଣ୍ଡଳ, ସମ୍ମାନୀତ ଅତିଥିଭାବେ ସାମ୍ବାଦିକ ସଂଜୟ କୁମାର ସାହୁ, ପୁର୍ବତନ ସରପଞ୍ଚ ଅଲେଖ ସିଂ, ସ୍ତାନିୟ ମଧ୍ୟ ଇଁରାଜୀ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅମୂଲ୍ୟ କୁମାର ଦତ୍ତ, ବିଦ୍ୟାଧର ମହାନ୍ତ ପ୍ରମୂଖ ଯୋଗଦାନ କରିଥିଲେ l ଢ଼େଙ୍କିକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟିକିରା,କପlସପଡା,ଲଙ୍ଗଳକଣ୍ଟି ଓ ଢ଼େଙ୍କିକୋଟ ର ଏକଶହ ରୁ ଉର୍ଦ୍ଧ ମହିଳା ଯୋଗଦାନ କରିଥିଲେ l ପ୍ରଥମେ ମାଆ ତାରିଣୀ କଂ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ୱଳନ କରାଯାଇଥିଲା l ପରେ ପରେ ସଂସ୍ଥା ର ସଦସ୍ୟ ସାଗର କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ l ଢ଼େଙ୍କିକୋଟ ଗ୍ରାମପଞ୍ଚାୟତ କୁ ଶିଶୁ ଶ୍ରମିକ  ମୁକ୍ତ କରିବାକୁ ସମସ୍ତେ ଶପଥ ନେଇଥିଲେ l ଆଜିର ଶିଶୁ କାଲିର ଭବିଷ୍ୟତ, ତେଣୁ ସେମାନେ କିପରି ପାଠ ପଢିବେ, ସ୍କୂଲ ଯିବେ ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା l ଛୋଟ ଛୋଟ ପିଲାମାନେ କିପରି ନିଶା ଜାତ ଜିନିଷ ଠାରୁ ଦୁରେଇ ରହିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା l ଅନେକ ଶିଶୁ ଖୁବ୍ କମ ବୟସରୁ ବିଭିନ୍ନସ୍ତାନରେ ରହି କଠିନ ପରିଶ୍ରମ କରି ଅର୍ଥ ରୋଜଗାର କରୁଛନ୍ତି l ତତ   ସହିତ ଅନେକ ଶାରିରୀକ,ମାନସିକ,ନିର୍ଯାତନା ସହୁଛନ୍ତି  ସେ ସବୁକୁ ବନ୍ଦ କରିବାକୁ ସମସ୍ତେ କଥା ଦେଇଥିଲେ l ତେବେ ଏଠାରେ ସୁଚନା ଯୋଗ୍ୟଯେ ଘଟଗାଁ ବ୍ଲକରେ ୨୭ ଟି ପଂଚାୟତ ମଧ୍ୟରୁ ଢ଼େଙ୍କିକୋଟ,ସାନ୍ତରାପୁର,ବରହାଟିପୁରା,ପଇଦାପାଟଣା,ବାଲିପୋଖରୀ ଓ ବଡ଼ ମସିଣାବିଲା ପଞ୍ଚାୟତ କୁ ନେଇ ଗୋଟିଏ କ୍ଲଷ୍ଟର କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ଆସ୍ପାୟାର ସଂସ୍ଥା ର ପୁଷ୍ପାଂଜଳି ସେଠି,ରଶ୍ମୀରେଖା ପlତ୍ର,ବିଶ୍ୱଜିତ ବେହେରା,ଚିତ୍ରସେନ ନାଏକ,ସୁମତୀ ମହାରଣା,ସୁଭଲକ୍ଷ୍ମୀ ପାତ୍ର,ଶରତ ମୁଣ୍ଡା, ଅମିର ରଞ୍ଜନ ପଲେଇ, ରିନାରାଣୀ ମହାନ୍ତ,ସୁଜାତା ଗିରି ପ୍ରମୂଖ ସହଯୋଗ କରିଥିଲେ l ତେବେ ସର୍ବ ଶେଷରେ  ଢ଼େଙ୍କିକୋଟ ଗ୍ରାମପଞ୍ଚାୟତ କୁ ଶିଶୁ ଶ୍ରମିକ ମୁକ୍ତ କରିବା ସହିତ ଏହି କାର୍ଯ୍ୟକ୍ରମ କୁ ପ୍ରସାର,ପ୍ରଚାର ଦ୍ବାରା ଓ ଲୋକ ମାନଂକ ମଧ୍ୟରେ ସଚେତନତା ଦ୍ବାରା ସଫଳ କରାଇବାକୁ ସମସ୍ତେ କଥା ଦେଇଥିଲେ l
IEC 2 years
Leave A Reply