panchpidha୨/୧୧: ମଟରସାଇକେଲ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଖବର ଜଣାପଡିଛି। ଘଟଣା ଏହିକି ଯେ କରଞ୍ଜିଆ ବ୍ଲକ ତାଟୋ ପଞ୍ଚାୟତ ଝାଟିଆଳି ଗାଁର ଆବୁଲ କାଲାମ ଆଜାଦ (୩୦) ତାଙ୍କ ସାଙ୍ଗ ତିନି ଜଣଙ୍କ ସହ ହରିଚନ୍ଦନପୁର ଠାରୁ ମଇଁଷି କିଣି ରାଇରଙ୍ଗପୁର ନିକଟସ୍ଥ ହାଟବାଦଳା ହାଟକୁ ସନ୍ଧ୍ୟା ପ୍ରାୟ ସାଢେ଼ ୫ ଟା ସମୟରେ ଯାଉଥିଲେ।ତାଟୋ ପଟରୁ ଯଶିପୁର ନୂଆଗାଁର ପରୀକ୍ଷିତ ମହାନ୍ତ (୪୦)ନିଜ ମଟରସାଇକେଲ ଯୋଗେ ଆସୁଥିଲେ। ତାଙ୍କର ତାଟୋ ନିକଟସ୍ଥ ମଟରସାଇକେଲ ଭାରସାମ୍ୟ ହରାଇ ଆବୁଲ କାଲାମ ଙ୍କୁ ବାଡ଼େଇ ଦେଇ ଛିଟିକି ପଡ଼ିଥିଲେ। ସେହି ରାସ୍ତାରେ କରଞ୍ଜିଆ ପୋଲିସ ଗାଡି ପେଟ୍ରୋଲି° ପାଇଁ ଯାଉଥିଲେ।ପରୀକ୍ଷିତ ରାସ୍ତା ଉପରେ ପଡିଥିବା ଦେଖି ତାକୁ ଗାଡ଼ିରେ ଆଣି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।ତାର ଅବସ୍ଥା ଗୁରୁତର ରହିଛି
