Odisha news

ଭର୍ଚୁଆଲ ମାଧ୍ୟମରେ ବାବାଙ୍କ ଦର୍ଶନ। ଦୁର୍ବଳ ଝୁଲା ପୋଲ ଯୋଗୁ ବଡ଼ ଓଷା ଯାତ୍ରା ବନ୍ଦ।

0
ଆଠଗଡ଼ ତା ୦୨-୧୧-୨୨ ଏଥର ଧବଳେଶ୍ଵର ରେ ହେବ ବଡ଼ ଓଷା। ଭର୍ଚୁଆଲ ଦ୍ୱାରା ଭକ୍ତ ମାନେ ବାବା ଧବଳେଶ୍ଵର ଙ୍କୁ ଦର୍ଶନ କରିପାରିବେ। କରୋନା ପାଇଁ ଗତ ଦୁଇ ବର୍ଷ ଧରି ବନ୍ଦ ଥିଲା ପଞ୍ଚକ । ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଜାରି କରା ଯିବା ସହ ପଞ୍ଚୁକ ଯାତ୍ରା କୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁଁ ନିଷ୍ପତ୍ତି ନିଆଗଲା। ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ବାବା ଧବଳେଶ୍ଵର ଶୈବପୀଠ ରେ ପହଞ୍ଚି ଝୁଲା ପୋଲ କୁ ଟିକି ନିକି ତଦାରଖ କରିବା ସହିତ ସମସ୍ତ ପ୍ରଶାସନ ଓ ପୀଠରେ ଥିବା ପୂଜକ ମାନଙ୍କ ସହ ପଞ୍ଚକ ଯାତ୍ରା ବିଷୟରେ ଆଲୋଚନା କରିଥିଲେ। ଶେଷରେ  ଭକ୍ତ ଓ ଶ୍ରଦ୍ଧାଳୁମାନେ ମାନେ ଝୁଲା ପୋଲ ପ୍ରବେଶ ପଥରେ ଭର୍ଚୁଆଲ ମାଧ୍ୟମରେ ବାବାଙ୍କୁ ଦର୍ଶନ କରିପାରିବେ ବୋଲି  ନିଷ୍ପତି ନିଆଯାଇଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ପ୍ରକାଶ କରିଛନ୍ତି।୨୦୦୬ ମସିହାରେ ନିର୍ମିତ ହୋଇଥିବା ଝୁଲା  ପୋଲରେ ଫାଟ ସୃଷ୍ଟି ହେବା ସହ ଏଥିରେ ବ୍ୟବହୃତ ପ୍ରମୁଖ ସରଞ୍ଜାମ ଗୁଡ଼ିକ କଳଙ୍କି ଲାଗିଲାଣି।ସେ ଗୁଡିକ ନ ଵଦଳାଇ ଏହାକୁ ରକ୍ଷଣାବେକ୍ଷଣ କରୁଥିବା ଆଠଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରତ୍ୟେକ ବର୍ଷ କେବଳ କଳଙ୍କି ଲଗା ସ୍ଥାନରେ ରଙ୍ଗ ଏବଂ ଅନ୍ୟ ସ୍ଥାନରେ ଗ୍ରିସ ମାରି କାମ ସାରି ଦେଇଥାଏ। ତାହା ପୁଣି କେବଳ ବଡ ଓଷା ସମୟରେ।ଏ କଥା ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ ଆଠଗଡ଼ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରା ଗଲା ନାହିଁ।  ଚଳିତ ବର୍ଷ ପଞ୍ଚୁକ ଯାତ୍ରା ପାଇଁ ପୀଠ ଉପରେ ନିର୍ଭର କରୁଥିବା ଭୋଗ ଦୋକାନ, ଦୀପ ଦୋକାନ,ଚପଲ ଷ୍ଟାଣ୍ଡ, ସାଇକେଲ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ଦହିବରା ବେପାର ପର୍ଯ୍ୟନ୍ତ ସବୁ କିଛି ଠପ୍ ହୋଇ ଯିବ। ଲକ୍ଷ ଲକ୍ଷ ଟଙ୍କା ରେ ନିଲାମ ନେଇ ବ୍ୟବସାୟ କରିବା ପାଇଁ ଲକ୍ଷ୍ୟ ରଖିଥିବା ଏହି ନିଲାମଧାରୀ ଏବଂ ପୂଜକ ମାନଙ୍କ ଅସନ୍ତୋଷ ପ୍ରକାଶ ପାଇଛି।
ଝୁଲା ପୋଲ କୁ ନେଇ ଆଠଗଡ଼ ପ୍ରଶାସନ ପାଖରେ ତଥ୍ୟ ନାହିଁ। ବର୍ଷ ସାରା ସେମିତି ଥାଏ।ପଞ୍ଚୁକ ଯାତ୍ରା ଆସିଲେ ଆଠଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ର ମନେପଡେ ଧବଳେଶ୍ଵର ଝୁଲା ପୋଲ। ବଡ଼ ଓଷା ପ୍ରସ୍ତୁତି ବୈଠକ ପରେ ତରବରିଆ ଭାବରେ ରଙ୍ଗ ମାରି ଗ୍ରିସ ଲଗାଇ ଠିକାଦାର ବିଲ ନେଇ ପାର ହୋଇ ଯାନ୍ତି। କିନ୍ତୁ ପ୍ରତ୍ୟେକ ବର୍ଷ ଏହାର ମରାମତି କାର୍ଯ୍ୟ ପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଥାଏ ସେ ବାବଦରେ ଆଠଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଖରେ କୌଣସି ତଥ୍ୟ ନାହିଁ । ଝୁଲା ପୋଲ ପାଇଁ ଯାତ୍ରୀ ପିଛା ଭଡା ଆକାରରେ ଦୁଇ ଟଙ୍କା ଲେଖାଏଁ ବର୍ଷ ସାରା ଆଦାୟ କରା ଯାଇଥାଏ।ସେଥି ମଧ୍ୟରୁ ଏକ ଟଙ୍କା ପ୍ରଶାସନ ରଖୁଥିବା ବେଳେ ଏକ ଟଙ୍କା କୈବର୍ତ୍ତ ସମାଜ ନେଇଥାନ୍ତି।ଗତ ୨୦୦୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଝୁଲା ପୋଲ ରୁ କେତେ ଟଙ୍କା ଆୟ ହୋଇଛି।ସେ ଆୟ କେଉଁ ବାବଦରେ କିଏ ଖର୍ଚ୍ଚ କରିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଝୁଲା ପୋଲ ରୁ ଆୟ ତାହାର ମରାମତି ପାଇଁ ବ୍ୟବହାର କରା ଯାଇ ପାରିବ କି ନାହିଁ।ଗତ ଦୁଇ ବର୍ଷ ଧରି ମହାମାରୀ କରୋନା ପାଇଁ ପୀଠ ବନ୍ଦ ଥିବା ବେଳେ ବିଭାଗୀୟ ଅଧିକାରୀ କାହିଁକି ମରାମତି କରିଲେ ନାହିଁ। ସେତେବେଳେ ବିଶେଷଜ୍ଞ ମାନଙ୍କୁ ଡକାଇ ଯାଞ୍ଚ ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ ବର୍ତ୍ତମାନ ପ୍ରଶାସନ ସମାଲୋଚନା ର ସରଵ୍ୟ ହୋଇ ନ ଥାନ୍ତା। ସବୁଠାରୁ ବଡ଼କଥା ଏଠାରେ ଦାଇତ୍ୱ ରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ର ବରିଷ୍ଠ ଅଧିକାରୀ ଆଠଗଡ଼ ରେ ରହୁ ନ ଥିବା ଏବଂ ଠିକ୍ ସମୟରେ କ୍ଷେତ୍ର ପରିଦର୍ଶନ କରୁ ନ ଥିବାରୁ ଆଜି ଏଭଳି ଦିନ ଦେଖିବାକୁ ପଡ଼ିଲା ବୋଲି ଆଠଗଡ଼ ଜନ ଜାଗରଣ ମଞ୍ଚ ପକ୍ଷରୁ କୁହାଯାଇଛି। ବିଭାଗୀୟ ଅଧିକାରୀ ଙ୍କ ନୀରବତା ଏବଂ ସ୍ଥାଣୁତା ଯୋଗୁଁ ଭକ୍ତ ଏବଂ ଭଗବାନ ଙ୍କ ମଧ୍ୟରେ ସମ୍ପର୍କ ର ସେତୁ ଯୋଡି ଥିବା ଝୁଲା ପୋଲ ର ଅସ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
IEC 2 years
Leave A Reply