ପାକିସ୍ତାନ କୁ ମିଳିଲା ଆଉ ଗୋଟିଏ ଝଟକା : ତାଲିବାନ୍ ନିଜର ବ୍ୟବସାୟ ପାଇଁ ପାକିସ୍ତାନ ମୁଦ୍ରାକୁ ବ୍ୟବହାର କରିବାକୁ ମନା କଲା
ନୂଆଦିଲ୍ଲୀ : ଆଫଗାନିସ୍ତାନ ରେ ତାଲିବାନ୍ ଶାସନ ଆସିବା ପରେ ପାକିସ୍ତାନ ସରକାର ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରି ତାର ମାର୍ଗଦର୍ଶକ ହେବାକୁ ଚେଷ୍ଟା କରୁଛି , କିନ୍ତୁ ତାଲିବାନ୍ ତାକୁ ସମସ୍ତ ସ୍ଥାନରେ ଝଟକା ଦେଉଛି । ଏୟାରପୋର୍ଟ ସିକ୍ୟୁରିଟି ପରେ ବର୍ତ୍ତମାନ୍ ନିଜସ୍ଵ କାର୍ଯ୍ୟ ପାଇଁ ମଧ୍ୟ ପାକିସ୍ତାନ ର ଏହି ଅଫର୍ କୁ ଆଡେଇ ଦେଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଆଫଗାନିସ୍ତାନ ସହିତ ପାକିସ୍ତାନ ମୁଦ୍ରାକୁ ଟ୍ରେଡ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ତାଲିବାନ୍ ଏହାର ଉତ୍ତରରେ କହିଛି ସେ ନିଜର ସ୍ୱାର୍ଥକୁ ଦେଖି ନିଷ୍ପତି ନେବ ଓ ଏହା ତାଲିବାନ୍ ପାଇଁ ସମ୍ମାନ ର ପ୍ରଶ୍ନ ।
କିଛି ଦିନ ତଳେ ପାକିସ୍ତାନ ର ବିତ ମନ୍ତ୍ରୀ କହିଥିଲେ ଯେ ଆଫଗାନିସ୍ତାନ ର ନୂଆ ସରକାର ଙ୍କ ସହିତ ଗୋଟିଏ ଦୃଢ଼ ବ୍ୟବସାୟ ଚାହୁଁଛନ୍ତି ଓ ଏଥିପାଇଁ ପାକିସ୍ତାନ ମୁଦ୍ରା ବ୍ୟବହାର କରିବାକୁ ଚାହୁଁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଏହା ଉଭୟ ଦେଶର ଆର୍ଥିକ ସ୍ଥିତି କୁ ସୁଦୃଢ କରିବ ।
ତାଲିବାନ୍ ୩ଦିନ ଚୁପ୍ ରହିବା ପରେ କହିଛି ଯେ ଏହା ଆମର ନିଜସ୍ୱ କାର୍ଯ୍ୟ ଓ ଏହା ଆଫଗାନିସ୍ତାନ ରେ ହେବ । କରେନ୍ସି ପରିବର୍ତ୍ତନ କରାଯାଇ ପାରିବ ନାହିଁ । ଆମେ ନିଜ ପରିଚୟ ର ମହତ୍ତ୍ଵ ବୁଝୁଚୁ , ତେଣୁ ଏଥିରେ କୌଣସି ପ୍ରକାରର କମ୍ପ୍ରମାଇଯ କରାଯାଇ ପାରିବ ନାହିଁ ।
ପାକିସ୍ତାନ ବିତ ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ୍ ଆଫଗାନିସ୍ତାନ ନିକଟରେ ଡ଼ଲାର ର ଅସୁବିଧା ରହିଛି ଓ ଆମେରିକା ତାଲିବାନ୍ ର ୯ ଆରବ ଡ଼ଲାର ଫଣ୍ଡ କୁ ବ୍ଲକ କରି ଦେଇଛି । ସେଥିପାଇଁ ଏହା ଠିକ୍ ହେବ ଯେ ପାକିସ୍ତାନ ଓ ଆଫଗାନିସ୍ତାନ ମିଳିତ ଭାବରେ ପାକିସ୍ତାନୀ ମୁଦ୍ରାର ଉପୋଯୋଗ କରିବେ । ପାକିସ୍ତାନ ର ବ୍ୟବସାୟୀ ମାନେ ଏହାକୁ ସ୍ବାଗତ କରିଥିଲେ ।

Comments are closed.