Odisha news

ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଦେଶ ଆତଙ୍କବାଦର ଶିକାର

0

ନୂଆଦିଲ୍ଲୀ : ପାକିସ୍ତାନର କ୍ୱେଟା ରେ ଥିବା ଗୋଟିଏ ବଡ ହୋଟେଲରେ ଆତ୍ମଘାତୀ ବମ ବିସ୍ଫୋଟ ହୋଇଛି ,ଏହି ବିସ୍ଫୋଟ ରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଲୋକ ଆହତ ହୋଇଛନ୍ତି l ମିଳିଥିବା ସୂଚନା ଅନୁସାରେ ଏହି ଆତ୍ମଘାତୀ ବିସ୍ଫୋଟକୁ ଗୋଟିଏ କାର ଜରିଆରେ କରାଗଲା l ସୂଚନା ଅନୁସାରେ ଏହି ହୋଟେଲରେ ଜଣେ ଚୀନ ରାଜଦୂତଙ୍କ ର କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା l

ଆତଙ୍କବାଦୀ ନିରୋଧ ବିଭାଗ ଗୋଟିଏ ବୟାନ ଜାରି କରି କହିଛନ୍ତି ,ଏହି ହୋଟେଲ ରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଲୋକ ଆହତ ହୋଇଛନ୍ତି l ସୂଚନା ଯୋଗ୍ୟ ଯେ ଏହି ବିସ୍ଫୋଟ ପାକିସ୍ତାନୀ ତାଲିବାନୀ ସଂଗଠନ ଘଟାଇଛି ବୋଲି ସ୍ୱୀକାର କରିଛି l ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି ଓ କହିଛନ୍ତି ଏକ କାପୁରୁଷ ପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣ ଅଟେ l କ୍ୱେଟା ବଲୁଚିସ୍ତାନ ପ୍ରାନ୍ତରେ ଅଟେ l ଯେଉଁଠାରେ ବିଛିନ୍ନତାବାଦୀ ମାନେ ଦୀର୍ଘ ସମୟରୁ ସ୍ୱାଧୀନତା ପାଇଁ ଆନ୍ଦୋଳନ କରୁଛନ୍ତି l

Nalco
Leave A Reply