ନୂଆଦିଲ୍ଲୀ : ପାକିସ୍ତାନ ଭାରତ ସହିତ ସୀମିତ ବ୍ୟବସାୟ ଆରମ୍ଭ କରିବାକୁ ଯାଉଥିବା ପୂର୍ବରୁ ନିଜ ପଦକ୍ଷପରେ ୟୁଟର୍ଣ୍ଣ ନେଇଛି l ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦ୍ୱାରା ପରି ଚଳିତ ପାକିସ୍ତାନ କ୍ୟାବିନେଟ ସରକାରୀ ପ୍ୟାନେଲର ସେହି ନିଷ୍ପତିକୁ ଖାରଜ କରି ଦେଇଛି ,ଯେଉଁଥିରେ ପଡୋଶୀ ଦେଶ ଭାରତରୁ କପା ଓ ସୁତା ନେବାର ସ୍ୱୀକୃତି ଦେଇଥିଲା l ପାକିସ୍ତାନର ଗଣମାଧ୍ୟମ ସୂଚନା ଅନୁସାରେ କୁହାଯାଇଛି ଯେ ବୁଧବାର ଦିନ କ୍ୟାବିନେଟର ଆର୍ଥିକ ସମନୟ ସମିତି ଦ୍ୱାରା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଓ ଅସୁବିଧାର ସଂକଟକୁ ଦେଖି ଦୁଇଟି ବସ୍ତୁର ଆମଦାନୀ ପାଇଁ ଆଦେଶ ଦିଅ ଯାଇଛି l
ପାକିସ୍ତାନ କ୍ୟାବିନେଟର ମନ୍ତ୍ରୀ ଶେଖ ରସିଦ କହିଛନ୍ତି ଯେତେଦିନ ପର୍ଯ୍ୟନ୍ତ ଭାରତ ଜମ୍ମୁକାଶ୍ମୀରରେ ଅନୁଛେଦ ୩୭୦ ଲାଗୁ କରିବା ନାହିଁ ସେତେଦିନ ପର୍ଯ୍ୟନ୍ତ ଭାରତରୁ ଚିନି ଓ କପା ଆମଦାନୀ ଉପରେ ରୋକ ଲାଗିବ l ପାକିସ୍ତାନ କ୍ୟାବିନେଟର ଏହି ନିଷ୍ପତି ଏଭଳି ସମୟରେ ନିଆ ଗଲା ଯେତେବେଳେ ଉଭୟ ଦେଶର ସମ୍ପର୍କରେ ଫାଟ ସୁଧୁରିବାକୁ ଯାଉଥିଲା l ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ପାକିସ୍ତାନ ଦିବସରେ ଇମ୍ରାନ୍ ଖାନଙ୍କୁ ପତ୍ର ପଠାଯାଇ ଶୁଭକାମନା ଦିଅ ଯାଇଥିଲା l ଏହା ପରେ ଇମ୍ରାନ୍ ଖାନ ମୋଦିଙ୍କ ପତ୍ରର ଜବାବ ଦେଇ ଲେଖିଥିଲେ ଉଭୟ ଦେଶର ସମ୍ପର୍କ ଉନ୍ନତ ହେବ ଆବଶ୍ୟକ l
ଇମ୍ରାନ୍ ଖାନଙ୍କ ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଥିଲେ ଯେ ସକାରାତ୍ମକ ଫଳାଫଳ ପାଇଁ ଗୋଟିଏ ଭଲ ବାତାବରଣ ହେବା ଆବଶ୍ୟକ l ଇମ୍ରାନ୍ ଖାନ ଲେଖିଥିଲେ ଯେ ଏହା ଉଭୟ ଦିଶଙ୍କ ଚାହିଁବା ଦ୍ୱାରା ସମ୍ଭବ ହେବ l ପ୍ରଧାନମନ୍ତ୍ରୀ ମୋଦି କିଛିଦିନ ତଳେ ପାକିସ୍ତାନକୁ ଗୋଟିଏ ପତ୍ର ଲେଖି ଦୋହରାଇଛନ୍ତି ଭାରତ ପାକିସ୍ତାନର ଜନତାଙ୍କ ସହିତ ମୈତ୍ରୀ ପୂର୍ଣ୍ଣ ସମ୍ପର୍କ ଚାହୁଁଛି ଓ ସେଥିପାଇଁ ଆତଙ୍କ ଓ ଶତ୍ରୁତା ପୁର୍ଣ ବାତାବରଣ ନିହାତି ଆବଶ୍ୟକ l
Comments are closed.