ନୂଆଦିଲ୍ଲୀ : ପାକିସ୍ତାନର ଜଣେ ବ୍ୟବସାଇକଙ୍କ ଉପରେ ଆରୋପ ଲଗାଯାଇଛି ଯେ ସେ ଏକ ହଜାରରୁ ଅଧିକ ଲୋକଙ୍କୁ ନକଲି କରୋନା ଟୀକ୍କା ଲଗାଇଛନ୍ତି l ମହମଦ ୟୁସୁବ ନାମକ ଏହି ବ୍ୟକ୍ତିଙ୍କୁ ନେଇ ରିଫାର୍ମା ନାମକ ଖବର କାଗଜରେ ଏକ ରିପୋର୍ଟ ଛପା ଯାଇଛି l ଏହି ରିପୋର୍ଟ ଅନୁସାରେ ୟୁସୁବ ମେକ୍ସିକୋ ସହର କେମ୍ପସରେ ନିଜର ଟେକ୍ସଟାଇଲ ଫ୍ୟାକ୍ଟ୍ରିର କର୍ମଚାରୀ ମାନଙ୍କୁ ଏହି ନକଲି ଟୀକ୍କା ଲଗାଇଛନ୍ତି l ଏହି ବ୍ୟବସାୟୀ ଜଣଙ୍କ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବରେ ଜଣାଶୁଣା ଅଟନ୍ତି l ୟୁସୁବ ରୁଷର ସ୍ପୁଟନିକ -ଭି ଭ୍ୟାକସିନ ରପ୍ତାନି କରୁଥିଲେ l
ତାଙ୍କ ଉପରେ ଆରୋପ ଲାଗିଛି ଯେ ସେ ଏହି ଭ୍ୟାକସିନ ଗୁଡିକୁ ନିଜ କର୍ମଚାରୀଙ୍କୁ ଦେବା ସହିତ ନିଜ ସମ୍ପର୍କୀୟ ମାନଙ୍କୁ ମଧ୍ୟ ଦେଇଛନ୍ତି l ରିଫାର୍ମା ରିପୋର୍ଟ ଅନୁସାରେ ସେ ଗୋଟିଏ ହୋଟେଲରେ ମାର୍ଚ୍ଚ ୧୦ ତାରିଖ ଦିନ ଟୀକ୍କା କରଣ କରାଇଥିଲେ ଓ ମାର୍ଚ୍ଚ ୧୫ ତାରିଖ ଦିନ ଏହି ବିଷୟରେ ଜଣା ପଡିଥିଲା l ଏହି ଘଟଣା ପରେ ୟୁସବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଭାବ ପକା ଯାଇଛି l 5ମେକ୍ସିକୋର ପ୍ରଶାସନ ବର୍ତ୍ତମାନ ବଳିଥିବା ନକଲି ଟୀକ୍କାକୁ ଜବତ କରିଛି l
ଏକ ବୟାନରେ କିହଯାଇଛି ଯେ ଏହି ଟୀକ୍କାର ଛବି ଦେଖିଲା ପରେ ଜଣା ପଡୁଛି ଯେ ଏହା ନକଲି ଟୀକ୍କା ଅଟେ ଓ ଅସଲି ସହିତ ଏହାର କୌଣସି ସମ୍ପର୍କ ନାହିଁ l ମିଳିଥିବା ସୂଚନା ଅନୁସାରେ ଟୀକ୍କା ଗୁଡିକ ଜବତ ହେବ ପରେ ୟୁସୁବଙ୍କର ନିଲ ଉପରେ କରଯ୍ୟନୁଷ୍ଠାନ ଗ୍ରହଣ କରି ତାଲା ପକାଯାଇଛି l ବର୍ତମାନ ୟୁସୁବ ନିଖୋଜ ଅଛନ୍ତି ଓ ପୋଲିସ ତାଙ୍କୁ ଖୋଜୁଛି l
Comments are closed.