ନିୟୁଜଲାଣ୍ଡ ସଂସଦରେ ଲାଗୁ ହେଲା ନୂଆ ନିୟମ : ଗର୍ଭପାତ ହେବାପରେ ସ୍ୱାମୀ ସ୍ତ୍ରୀଙ୍କୁ ମିଳିବ ପାରିଶ୍ରମିକ ମିଳୁଥିବା ଛୁଟି
ନୂଆଦିଲ୍ଲୀ : ନିୟୁଜଲାଣ୍ଡରେ ଗୋଟିଏ ନୂଆ ନିୟମ ଲାଗୁ ହୋଇଛି ବର୍ତ୍ତମାନ ସେଠାରେ ଗର୍ଭ ଧାରଣା ସମୟରେ କିମ୍ବା ଗର୍ଭପାତ ହେବ ପରେ କର୍ମଚାରୀ ମାନଙ୍କୁ ଅବକାଶ ମିଳିବ l ନିୟୁଜଲାଣ୍ଡ ଦୁନିଆର ଏପରି ଦେଶ ହୋଇ ଯାଇଛି ଯେଉଁଠାରେ କର୍ମଚାରୀ ମାନଙ୍କୁ ପେଡ ଲିଭି ମଞ୍ଜୁରୀ ଦିଆଯାଇଛି l ମିଳିଥିବା ସୂଚନା ଅନୁସାରେ ବୁଧବାର ଦିନ ସେଠାକାର ସଂସଦରେ ସର୍ବ ସମତି କ୍ରମେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆ ଯାଇଛି l ସାଂସଦ ମାନେ କହିଛନ୍ତି ଯେ ଏହା ଦ୍ୱାରା ମହିଳା ମାନେ ଓ ତାଙ୍କର ସହଯୋଗୀ ମାନେ ଲାଭାନ୍ଵିତ ହେବେ l କାରଣ ନୂଆ ନିୟମ ଅନୁସାରେ ମା ମାନଙ୍କୁ ଓ ସେମାନଙ୍କର ପଟ୍ଟନର ମାନଙ୍କୁ ଗର୍ଭପାତ ପରେ ଯେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଏହା ହେବ ନିହାତି ଆବଶ୍ୟକ ଥିଲା l
ମହିଳା ସାଂସଦ ଗିନି ଅଣ୍ଡରସନ କହିଛନ୍ତି ସବୁଠାରୁ ଅଧିକ ଗର୍ଭପାତ ନିୟୁଜଲାଣ୍ଡରେ ହୋଇଥାଏ l ପ୍ରତେକ ୪ ଜଣଙ୍କ ମଧ୍ୟରୁ ଜଣେ ମହିଳା ଗର୍ଭପାତର ଶିକାର ହୋଇ ଥାନ୍ତି l ଏହି ବିଲଟି ପାରିତ ହେବ ପରେ ଜଣାପଡିଲା ଯେ ନିୟୁଜଲାଣ୍ଡ ପ୍ରଗତିଶୀଳ ଓ ସମ୍ବେଦନା ପୂର୍ଣ୍ଣ ନିୟମ ପାଇଁ ଆଗକୁ ଆସୁଛି l ଯେବେକି ଭାରତରେ ଗର୍ଭପାତ ହେବ ପରେ ସରକାରୀ ଭାବରେ ମହିଳା ମାନଙ୍କୁ ୬ ସପ୍ତାହର ଛୁଟି ପାଇଁ ଅନୁମତି ଦିଆ ଯାଇଥାଏ l ଆଉ ଏକ ସୂଚନାରୁ ଜଣାପଡିଛି ଯେ ବର୍ତ୍ତମାନ ନିୟୁଜଲାଣ୍ଡ ମହିଳା ମାନଙ୍କର ଗର୍ଭପାତକୁ ନେଇ ବିଶେଷ ଦୃଷ୍ଟି ଦେଉଛି l କାରଣ ପୂର୍ବରୁ ଏହି ନିୟମ ଲାଗୁ ହୋଇ ନଥିଲା l
Comments are closed.