ନୂଆଦିଲ୍ଲୀ : ପାକିସ୍ତାନରେ ଗୋଟିଏ ନିୟୁଜ ଚ୍ୟାନେଲର ଆଙ୍କରଙ୍କୁ ସେଠାକାର ଜଜ ମାନଙ୍କ ବିରୁଦ୍ଧରେ କହିବା ପଡିଲା ଭାରି l ଅବମନତା ଓ ଜଜ ମାନଙ୍କର ଅପମାନ ଉପରେ ଆରୋପ ଲଗାଇ ଚ୍ୟାନେଲଟିକୁ ୩୦ ଦିନ ପାଇଁ ବନ୍ଦ କରିଦିଆ ଯାଇଛି l ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନର ଗଣମାଧ୍ୟମ ସଂସ୍ଥା ଉପରେ ଲାଗ ଯାଇଛି l ଯେଉଁ ଚ୍ୟାନେଲଟିକୁ ଏହି ଦଣ୍ଡ ଦିଆଯାଇଛି ତା ନାମ ହେଉଛି ବୋଲ ଟିଭି l ଗଣମାଧ୍ୟମ ରିପୋର୍ଟ ଅନୁସାରେ ସେହି ଚ୍ୟାନେଲଟିକୁ ୩୦ ଦିନ ପର୍ଯ୍ୟନ୍ତ ବନ୍ଦ କରାଯିବ ସହିତ ୧୦ ଲକ୍ଷ ତାଙ୍କର ଜୋରିମାନା ଲଗାଗଲା ଏବଂ ଲାଇସେନ୍ସ ମଧ୍ୟ ରଦ୍ଧ କରାଗଲା l
ବୋଲ ଟିଭିର ଆଙ୍କର ସମୀ ଇବ୍ରାହିମ ଉପରେ ଜାନୁଆରୀ ୧୩ ତାରିଖ ଦିନ ଲାହୋର ହାଇ କୋର୍ଟର ଜଜ ମାନଙ୍କର ନିଯୁକ୍ତିକୁ ନେଇ ନିଜ କାର୍ଯ୍ୟକ୍ରମରେ ଅପମାନ ଜନକ ତିପାଣି ଦେଇଥିଲେ ଓ ତାଙ୍କ ଉପରେ ଜଜ ମାନଙ୍କ ବିରୁଦ୍ଧରେ ମତ ଦେବାର ଆରୋପ ଲଗାଯାଇଥିଲା l ଏହି ଚ୍ୟାନେଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନର ଗଣମାଧ୍ୟମ ସଂସ୍ଥା PEMRA ମତ ଦେଇଛି ଯେ ଆଙ୍କର ଜଣଙ୍କ ସମ୍ବିଧାନର ଅନୁଛେଦ ୬୮ କୁ ଉଲଂଘନ କରିବା ସହିତ PEMRA ର ଆଚାର ସାଂହୀତାକୁ ଅନୁଛେଦ ୧୯ କୁ ଉଲଂଘନ କରିଥିଲେ ଓ ଜଜ ମାନଙ୍କ ବିରୁଦ୍ଧରେ ଅପମାନ ଜନକ ମତ ଦେଇଥିଲେ l
ଏହି ଘଟଣା ପୂର୍ବରୁ ମଧ୍ୟ ଚ୍ୟାନେଲଟିକୁ ନୋଟିସ ପଠା ଯାଇଥିଲା ଓ କ୍ଷମା ମାଗିବା ପାଇଁ କୁହାଯାଇଥିଲା l କିନ୍ତୁ ଚ୍ୟାନେଲଟି ନିଜ ମତରେ ସ୍ଥିର ରହିଥିଲା l ତେଣୁ ଏହି ଚ୍ୟାନେଲଟି ଉପରେ ୩୦ ଦିନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l ଏହା ପୂର୍ବରୁ ମଧ୍ୟ ଆଙ୍କର ସମୀ ଇବ୍ରାହିମ ଏକ ସମାରୋହ ସମୟରେ ସେଠାରେ ଉପସ୍ଥିତ ଥିବା ବିଜ୍ଞାନ ମନ୍ତ୍ରୀ ଫାଵାଦ ଚୌଧରୀଙ୍କ ଉପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବାର ଆରୋପ ଲଗାଇଥିଲେ ,ଏହି ଘଟଣା ପରେ କ୍ରୋଧରେ ଫାଵାଦ ଚୌଧରୀ ପତ୍ରକାରଙ୍କୁ ଚାପୁଡ଼ା ମାରିଥିଲେ l
