ନୂଆଦିଲ୍ଲୀ :ସାଧାରଣତଃ ପୃଥିବୀର ଭ୍ରମଣ ଯୋଗୁ ଦିନ ଓ ରାତି ହୋଇଥାଏ ,ପୃଥିବୀ ସୂର୍ଯ୍ୟଙ୍କ ଚାରିକଡେ ଘୁରିଥାଏ l ପ୍ରତେକ ଦେଶରେ ସନ୍ଧ୍ୟା ପାଖାପାଖି ୬ ଟା ରୁ ୭ ତା ମଧ୍ୟରେ ହୋଇଥାଏ ଏବଂ ତା ପରେ ଚାରିଆଡେ ଅନ୍ଧାର ଘୋଟି ଯାଇଥାଏ l ଯାହା ଆସନ୍ତା ଦିନର ସକାଳ ହେବ ପାଇଁ ପାଖାପାଖି ୧୦ ଘଣ୍ଟା ରାତି ପରେ ହୋଇଥାଏ l ଦୁନିଆରେ ଏପରି ମଧ୍ୟ ଦେଶ ଅଛି ଯେଉଁଠାରେ ଲୋକ ମାନଙ୍କୁ ମାତ୍ର ୪୦ ମିନିଟ ପାଇଁ ଦେଖିବାକୁ ମିଳିଥାଏ l
ମାତ୍ର ୪୦ ମିନିଟ ପାଇଁ ହୋଇଥାଏ ଅନ୍ଧାର –
ୟୁରୋପ ମହାଦୀପର ଉତର ଦିଗରେ ନରୁଏ ସହରର ହେମରଫେଂସ୍ଟରେ ମାତ୍ର ୪୦ ମିନିଟ ପାଇଁ ସୂର୍ଯ୍ୟ ଅସ୍ତ ହୋଇଥାନ୍ତି l କୁହାଯାଏ ଯେ ଏଠାରେ ରାତିର ୧୨ :୪୦ ମିନିଟ ସମୟରେ ଅନ୍ଧାର ହୋଇଥାଏ ଓ ୪୦ ମିନିଟ ପରେ ୧ :୩୦ ପାଖାପାଖି ଆଲୋକ ଦେଖିବାକୁ ମିଳିଥାଏ l ସେଥିପାଇଁ ତାକୁ କଣ୍ଟ୍ରି ଅଫ ମିଡ଼ ନାଇଟ ସନ ବୋଲି କୁହାଯାଏ l
୭୬ ଦିନ ପାର୍ଯ୍ୟନ୍ତ ହୋଇଥାଏ ଉଜ୍ବଳ-
ମଇ ମାସରୁ ନେଇ ଜୁଲାଇ ମାସ ପର୍ଯ୍ୟନ୍ତ ଏହି ସମୟରେ ସୂର୍ଯ୍ୟ ଆଦୌ ଅସ୍ତ ହୋଇ ନଥାନ୍ତି l ଏହି କାରଣରୁ ନରୁଏ ର ହେମରଫେଂଷ୍ଟେରେ ପାଖାପାଖି ୭୬ ଦିନ ପର୍ଯ୍ୟନ୍ତ ଆଲୋକ ଦେଖିବାକୁ ମିଳିଥାଏ l ଯାହା ପୃଥିବୀ ଉପରେ କୌଣସି ଅଦ୍ଭୁତ ଦୃଶ୍ୟ ଭଳି ଅନୁଭବ ହୋଇଥାଏ l ଏହାକୁ ଅନୁଭବ କରିବା ପାଇଁ ପ୍ରତେକ ବର୍ଷ ସେହି ସ୍ଥାନକୁ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଯାଇଥାନ୍ତି l
୧୦୦ ବର୍ଷ ହେଲାଣି ଉଦୟ ହୋଇନାହାନ୍ତି ସୂର୍ଯ୍ୟ –
ନରୁଏ ରେ ଏପରି ମଧ୍ୟ ଗୋଟିଏ ସହର ରହିଛି ଯେଉଁଠି ୧୦୦ ବର୍ଷରୁ ଅଧିକ ସମୟ ହେଲାଣି ସୂର୍ଯ୍ୟଙ୍କ କିରଣ ପହଞ୍ଚି ନାହିଁ l କୁହାଯାଉଛି ଯେ ଏହା ଏଥିପାଇଁ ଘଟିଛି କାରଣ ଏହି ସହରର ଚାରି ପାଖରେ ଉଚ ପର୍ବତ ଶୃଙ୍ଗ ମାନ ରହିଛି l ସେଥିପାଇଁ ସୂର୍ଯ୍ୟଙ୍କ କିରଣ ପହଞ୍ଚି ପାରୁ ନାହିଁ l ଏହି ସମସ୍ୟାର ସମାଧାନ ବୈଜ୍ଞାନିକ ମାନେ ବାହାର କରିପାରି ନାହାନ୍ତି l
ବୈଜ୍ଞାନିକ ମାନେ ଏହି ସହର ପାଇଁ ଏକ ଅପ୍ରାକୃତିକ ସୂର୍ଯ୍ୟ ପ୍ରସ୍ତୁତ କରିଛନ୍ତି l ଯେଉଁଠାରେ ଏହାକୁ ପାହାଡର ଉଚ ସ୍ଥାନରେ ଲଗା ଯାଇଛି ଏବଂ ଏହି ସୂର୍ଯ୍ୟଟି କାଚରେ ତିଆରି କରାଯାଇଛି l ସେହି କାଚ ତିଆରି ସୂର୍ଯ୍ୟଙ୍କ ଜରିଆରେ ମାଟି ଉପରେ କିରଣ ପହଁଚୁଛି l