ନୂଆଦିଲ୍ଲୀ : ଟିକଟକର ଭିଡିଓ ଭଳି ପାକିସ୍ତାନର ଚୀନ ଆପ ଉପରେ ଲଗାଯାଇଥିବା ବ୍ୟାନ ମଧ୍ୟ ବେଶିଦିନ ଚାଲିଲା ନାହିଁ l ପାକିସ୍ତାନ ସରକାର ଟିକଟକ ଉପରେ ଲାଗିଥିବା ବ୍ୟାନକୁ ମାତ୍ର ୧୦ ଦିନ ପରେ ହଟାଇବାର ଫଇସଲା କରିଛନ୍ତି l ପାକିସ୍ତାନର ଟେଲି କମ୍ୟୁନିକେସନ ଅଥରିଟି ସୋମବାର ଦିନ ଜାରି କରିଥିବା ବୟାନରେ କହିଛନ୍ତି ଯେ ଟିକଟକ ଉପରେ ବ୍ୟାନ ଲାଗିଥିବାର ଫଇସଲାକୁ ଫେରାଇ ନେଇଛନ୍ତି l ଅଥରିଟି କହିଛନ୍ତି ଯେ ଚିନିଆପ ପାକିସ୍ତାନର ନିୟମ ଅନୁସାରେ ଅଶିଳ ଭିଡିଓ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବା ବୋଲି ପ୍ରତିଶୃତି ଦେଇଛି l
ପାକିସ୍ତାନର ନିୟାମକ ସଂସ୍ଥା ସୋସିଆଲ ମିଡିଆରେ କହିଛି ଯେ ଟିକଟକ ପ୍ରବନ୍ଧନ ପକ୍ଷରୁ ଅଶିଳ ଭିଡିଓ ପୋଷ୍ଟ କରୁଥିବା ସମସ୍ତ ଆକାଉଣ୍ଡକୁ ବ୍ଲକ କରିବା ପାଇଁ ପ୍ରତିଶୃତି ଦେବା ପରେ ଏହି ବ୍ୟାନ ହାତ ଯାଇଛି l ଟିକଟକ ପାଇଁ ଅଧିକାଂଶ ଦେଶକୁ ଅସୁବିଧାର ସମ୍ମୁଖୀନ କରିବା ପାଇଁ ପଡୁଥିଲା l ଭାରତ ଯିଏକି ବିଶ୍ୱର ପ୍ରଥମ ଦେଶ ଚୀନର ଆପ ଉପରେ ବ୍ୟାନ ଲଗାଇଥିଲା l ଏହି ବ୍ୟାନ ଲଗାଇବାଟା ଚୀନ କମ୍ପାନୀ ଗୁଡ଼ିକଙ୍କ ପାଇଁ ଗୋଟିଏ ବଡ ଝଟକା ଥିଲା l ଆମେରିକାରେ ଟ୍ରମ୍ପ ପ୍ରଶାସନ ମଧ୍ୟ ରାଷ୍ଟ୍ରୀୟ ସୁରକ୍ଷା କାରଣରୁ ଏହି ଆପକୁ ସୁପ୍ରିମ କୋର୍ଟକୁ ନେଇ ଯାଇଛନ୍ତି l
ପାକିସ୍ତାନରେ ଚାରି କୋଟି ଥର ଏହି ଆପକୁ ଇନଷ୍ଟଲ କରାଯାଇଛି l ପାକିସ୍ତାନ ଟିକଟକ ବ୍ୟବସାୟର ଦ୍ୱାଦଶ ତମ ସବୁଠୁ ବଡ଼ ବଜାର ଅଟେ l ଟିକଟକର ପ୍ରବକ୍ତା କହିଛନ୍ତି ପାକିସ୍ତାନ ବ୍ୟାନ ହଟାଇ ଥିବାରୁ ଆମେ ଖୁସି ଅଛୁ l ଇମ୍ରାନ୍ ଖାନ ସରକାର ଚୀନକୁ ତେଲେଇବାକୁ ପଛାଉ ନାହାନ୍ତି l ସେ ନିଜ ଦେଶ କଥା ଚିନ୍ତା କରିବା ପୂର୍ବରୁ ଚୀନ ବିଷୟରେ ଅଧିକ ଚିନ୍ତିତ ରହୁଛନ୍ତି l ଏହି ଭଳି ମତ ବୁଦ୍ଧିଜୀବୀ ମହଲରେ ଶୁଣିବାକୁ ମିଳୁଛି l