Odisha news

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ : କଂଗ୍ରେସ , ବିଜେଡି ଓ ବିଜେପି ପକ୍ଷରୁ ମାରାଥନ ପ୍ରଚାର

0

ଜଗତସିଂହପୁର : ୧୦୨ ତିର୍ତ୍ତୋଲ(ସଂରକ୍ଷିତ)ବିଧାନ ସଭା ନିର୍ବାଚନ ମଣ୍ଡଳୀ ଉପନିର୍ବାଚନ ନିମନ୍ତେ   ଜୋର ଧରିଛି ପ୍ରଚାର ।କଂଗ୍ରେସ,ବିଜେପି ଓ ବିଜେଡି ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ତିନି ଦଳର ହେଭି ୱେଟ ନେତା କର୍ମୀ ସମ୍ମିଳନୀ ଜରିଆରେ ଲୋକମାନଙ୍କୁ ବୁଝାଇ ନିଜ ସପକ୍ଷରେ ମତଦାନ ପାଇଁ ଚେଷ୍ଟା ଚଳାଇଛନ୍ତି ।କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବା ଇଂ ହିମାଂଶୁ ଭୁଷଣ ମଲ୍ଲିକ ରଘୁନାଥପୁର ବ୍ଲକର ବରାଗୋଳ,ରାଢଙ୍ଗ ଆଦି ପଞ୍ଚାୟତ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟ କରିଥିଲେ ।ହିମାଂଶୁ ଜଣେ ଉଚ୍ଚ ଶିକ୍ଷିତ ଓ ପୁର୍ବରୁ ସମାଜସେବା ସହିତ ଜଡିତ ଥିବାରୁ ଲୋକମାନେ ହିମାଂଶୁଙ୍କ ପ୍ରତି ଅକୁଣ୍ଠ ସମର୍ଥନ ଦେଖାଉଥିବା ଜଣାଯାଇଛି ।ରଘୁନାଥପୁର ବ୍ଲକର ମୁଖ୍ୟ ସମସ୍ୟା ରହିଛି ହଂସୁଆର ଉଦବୃତ ଜଳ ନିଷ୍କାସନ ।ଲଗାଣ ବର୍ଷା ଫଳରେ ହଂସୁଆର ଉଦବୃତ ଜଳ ନିଷ୍କାସନ ହୋଇ ନପାରି ହଜାର ହଜାର ଚାଷ ଜମିରେ ଫସଲ ନଷ୍ଟ ହୋଇଥାଏ ।ଯଦି ଲୋକେ ମୋତେ ଆର୍ଶୀବାଦ କରିବେ ତେବେ ପ୍ରାଥମିକତା ଭାବରେ ଏହି ସମସ୍ୟାର ସମାଧାନ ସମାଦାନ ସହିତ ରଘୁନାଥପୁର ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କହିଥିଲେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ।

ସେହିପରି ବିଜୁ ଜନତା ଦଳ ପକ୍ଷରୁ ତିର୍ତ୍ତୋଲ ବ୍ଲକରେ ମାରାଥନ ପ୍ରଚାର କାର୍ଯ୍ୟ କରାଯାଇଥିଲା ।ଜଗତସିଂହପୁରର ବିଧାୟକଙ୍କ ନେତୃତ୍ୱରେ ଏହି ନିର୍ବାଚନ ପ୍ରଚାରରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ସହିତ  ଦଳୀୟ ପର୍ଯ୍ୟବେକ୍ଷକ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ,ସୋରଡା ବିଧାୟକ ପୁର୍ଣ୍ଣ ସ୍ୱାଇଁ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରୀୟଦର୍ଶୀନୀ ବିଶ୍ୱାଳ,ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା,ଜିଲ୍ଲା ପରିଷଦ ସଭ୍ୟ ଲିପାଳି ରାଉଳ ପ୍ରମୁଖ ଯୋଗ ଦେଇଥିଲେ ।ଏହି ପ୍ରଚାର ମୁଳୁସିଂ ପଞ୍ଚାୟତରୁ ଆରମ୍ଭ ହୋଇ ସହରହାଟ ଓ କନକପୁର ଠାରେ ପଥପ୍ରାନ୍ତ ସଭା ସହିତ ଶେଷରେ ମା ଶାରଳାଙ୍କ ପୀଠ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା କରାଯାଇଥିଲା ।ବାପା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବା ସହିତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିକାଶ କ୍ଷେତ୍ରରେ ସାରା ଓଡିଶାରେ ନମ୍ବର ୱାନ କରିବେ ବୋଲି କହିଥିଲେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ।

ବିଜେପି ପକ୍ଷରୁ ଆଜି ତିର୍ତ୍ତୋଲ ବ୍ଲକର ଜଗନ୍ନାଥପୁର ମଣ୍ଡଳରେ ଘରକୁ ଘର ବୁଲି ପ୍ରଚାର  କାର୍ଯ୍ୟ କରାଯାଇଛି ।ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା କଟରା-ବେଗୁନିଆ ଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଜଗନ୍ନାଥପୁର ପର୍ଯ୍ୟନ୍ତ ଯାଇଥିଲେ ।ମୋଦି ସରକାରଙ୍କ ଲୋକପ୍ରୀୟତା ଓ ଜନ କଲ୍ୟାଣକାରି ଯୋଜନା ସହିତ ଦୀର୍ଘ ୨୦ବର୍ଷ ବିଜେଡି ସରକାରର କଳାକାରନାମାକୁ ନେଇ ଲୋକମାନଙ୍କ ପାଖକୁ ଯାଇ ରାଜ କିଶୋର ବେହେରା ନିଜ ସପକ୍ଷରେ ମତଦାନ ପାଇଁ ନିବେଦନ କରୁଛନ୍ତି ।ତିର୍ତ୍ତୋଲ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ସହିତ ଶାରଳା ସୁତାକଳକୁ ପୁନଃ ଉଦ୍ଧାର କରିବା ପାଇଁ ପ୍ରୟାସ କରିବେ ବୋଲି କହି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା ଚଳାଇଛନ୍ତି ବିଜେପି ପ୍ରାର୍ଥି ରାଜ କିଶୋର ।

Nalco
Leave A Reply