Odisha news

ଇମ୍ରାନ୍ ଖାନ୍ UNGA ରେ ଉଠାଇଲେ କାଶ୍ମୀର ପ୍ରସଙ୍ଗ , ଭାରତ କହିଲା ବର୍ତ୍ତମାନ POK ଖାଲିକର

0

ନୂଆଦିଲ୍ଲୀ : ୟୁନାଇଟେଡ଼ ନେସନ ଜେନେରାଲ ଆସେମ୍ବଲି ହଲରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଭାଷଣକୁ ନେଇ ଭାରତ କଡା ଜବାବ ଦେଇଛି l ଶନିବାର ଦିନ ପ୍ରତିଉତ୍ତର ଦେବା ଅଧିକାର କାର୍ଯ୍ୟକ୍ରମରେ ଭାରତୀୟ ମିଶନର ପ୍ରଥମ ସେକ୍ରେଟାରୀ ମିଜିତୋ ବିନୀତୋ କହିଛନ୍ତି “ନିକଟରେ କୌଣସି ଏପରି ବ୍ୟକ୍ତି (ଇମ୍ରାନ୍ ଖାନ)ଙ୍କ ବିଷୟରେ ଲଗାତାର ଶୁଣୁଛି ,ଯାହାଙ୍କ ପାଖରେ ଦେଖାଇବା ପାଇଁ କିଛିବି ନଥିଲା କିମ୍ବା କହିବା ପାଇଁ କୌଣସି ବିଷୟ ନଥିଲା l ସେ ବିଶ୍ୱକୁ ମଧ୍ୟ କୌଣସି ପ୍ରକାରର ଉପଯୁକ୍ତ ଉପଦେଶ ଦେଇ ପାରିବେ ନାହିଁ l କାଶ୍ମୀର ସମସ୍ୟାକୁ ନେଇ ବର୍ତ୍ତମାନ କେବଳ POK ଉପରେ ଚର୍ଚା ହେବ ଉଚିତ ଓ ପାକିସ୍ତାନ ବର୍ତ୍ତମାନ POK ଖାଲି କରିଦେବା ଆବଶ୍ୟକ l ଯେଉଁ ଦେଶର ପ୍ରଧାନମନ୍ତ୍ରୀ ଗୋଟିଏ ଆତଙ୍କବାଦୀକୁ ସହିଦ ବୋଲି କହୁଛନ୍ତି ତାଙ୍କର ଚିନ୍ତାଧାରା କଣ ହୋଇପାରେ l ”

କେବଳ ଏତିକି ନୁହେଁ ପାକିସ୍ତାନର ପ୍ରଧାନମନ୍ତ୍ରୀ  ୨୦୧୯ ରେ ଆମେରିକାରେ ମାନିଥିଲେ ଯେ ତାଙ୍କ ଦେଶରେ ଆତଙ୍କବାଦୀ ମାନଙ୍କୁ ଟ୍ରେନିଂ ଦିଆଯାଉଛି l ତାହା ପୁଣି ୩୦ରୁ ୪୦ ହଜାର ସଂଖ୍ୟାରେ ,ସେହି ଆତଙ୍କବାଦୀ ମାନଙ୍କୁ ଟ୍ରେନିଂ ଦିଆଯାଇ ଭାରତ ଓ ଆଫଗାନିସ୍ତାନକୁ ପଠାଯାଉଛି l କାରଣ ସେମାନେ ସେଠାରେ ପହଞ୍ଚି ଆତଙ୍କବାଦ କାର୍ଯ୍ୟକଳାପକୁ ଜାରି ରଖିପାରିବେ l ମିଜିତୋ ବିନିତୋ କହିଛନ୍ତି ଯେ ପାକିସ୍ତାନରେ ହିନ୍ଦୁ ,ଈସାଈ ଓ ଶିଖ ଧର୍ମ ସହିତ ଅନ୍ୟ ଧର୍ମର ଲୋକ ମାନଙ୍କ ଉପରେ ଅତ୍ୟାଚାର କରାଯାଉଛି ଓ ଜବରଦସ୍ତ ତାଙ୍କର ଧର୍ମ ପରିବର୍ତ୍ତନ କରାଯାଉଛି l

ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଶୁକ୍ରବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଯେପରି ସମ୍ବୋଧନ ଆରମ୍ଭ କଲେ ଓ କାଶ୍ମୀର ପ୍ରସଙ୍ଗ ଉଠାଇଲେ ତତକ୍ଷଣାତ ଭାରତୀୟ ପ୍ରତିନିଧି ହଲ ଛାଡି ପଳାଇଗଲେ l ଇମ୍ରାନ୍ ଖାନ କାଶ୍ମୀର ସମସ୍ୟାକୁ ନେଇ ମୁଖ୍ୟତ ଭାଷଣ ଦେଇଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ସନ୍ଧ୍ୟା ପାଖାପାଖି ୬:୩୦ ମିନିଟରେ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ଭିଡିଓ କନ୍ଫରେସିଙ୍ଗ ଜରିଆରେ ସମ୍ବୋଧନ କରିଥିଲେ l ଏହି ସମ୍ବୋଧନ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱରେ କରୋନା ମହାମାରୀର ତାଣ୍ଡବ ଓ ଭାରତରେ କରୋନାର ପରିସ୍ଥିତି ବିଷୟରେ କହିଥିଲେ l

Nalco
Leave A Reply