ଲେବାନନ ରେ ହଜାର ହଜାର ପେଜର ବ୍ଲାଷ୍ଟ ହେବା ଦ୍ୱାରା ପାଖାପାଖି ୨୦ ଜଣ ମୃତ୍ୟୁ ବରଣ କରିଥିବା ବେଳେ ହଜାର ହଜାର ଲୋକେ ଆହତ ହୋଇଛନ୍ତି l ଏହି ପେଜର ଅଟାକା କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି l ଏହାକୁ ନେଇ ଇସ୍ରାଏଲ ଉପରେ ଆରୋପ ଲାଗିଛି, କୁହ ଯାଉଛି ଯେ ଇସ୍ରାଏଲ ଲେବାନନ ରେ ହିଜବୂଲା କୁ ପେଜର ବିକ୍ରି କରିବା ପାଇଁ ଅନେକ ଫରଜି କମ୍ପାନୀ ଖୋଲିଥିଲା l ଏହି କମ୍ପାନୀ ରେ କେରଳ ରେ ଜନ୍ମିତ ଜଣେ ବ୍ୟବସାୟୀ ରିନାଶନ ଜୋସ ଙ୍କ କମ୍ପାନୀ ନୋର୍ଟା ଗ୍ଲୋବାଲ ର ନାମ ସାମ୍ନାକୁ ଆସିଛି l
ରିନାଶନ ବର୍ତମାନ ନରୱେ ର ନାଗରିକ ଅଟନ୍ତି l ହଙ୍ଗେରୀ ର ମିଡ଼ିଆ ସଂସ୍ଥା ଟେଲେକ୍ସ ର ସୂଚନା ଅନୁସାରେ କୁହାଯାଇଛି ଯେ ପେଜର ର ସଉଦା ପଛରେ ବୁଲଗେରିଆ ର କମ୍ପାନୀ ନୋର୍ଟା ଗ୍ଲୋବାଲ ଲିମିଟେଡ଼ ର ହାତ ରହିଛି l ଏହାର ସ୍ଥାପନା ନରୱେ ନାଗରିକ ରିନ ସନ ଜୋସ କରିଥିଲେ l କେରଳ ର ଅନେକ ଗୁଡିଏ ମେଡିଆ ସଂସ୍ଥା ଙ୍କ ମତ ଅନୁସାରେ ରିନାଶନ ଙ୍କ ଜନ୍ମ କେରଳ ର ୱଏନlଡ ରେ ହୋଇଥିଲା l ଏବଂ ସେ MBA ଶିଷ୍ୟ ଗ୍ରହଣ କରିବା ପରେ ନରୱେ ଚାଲିଯାଇ ଥିଲେ l
ରିନସନ ଜୋସ କିଏ ?
ସୂଚନା ଯୋଗ୍ୟ ଯେ ରିନାଶନ ଙ୍କ ପିତା ଜୋସ ମୁଥଡ଼ମ ପେସାରେ ଜଣେ ଦର୍ଜୀ ଅଟନ୍ତି l ଏବଂ ସେ କେରଳ ର ମନତାବାଡ଼ି ଅଂଚଳରେ ଜଣେ ଦର୍ଜୀ ଅଟନ୍ତି l ସେ ସେହି ଅଂଚଳରେ ଟେଲର ଜୋସ ନାମରେ ନାମିତ l ରିନାଶନ ଙ୍କ ର ଜଣେ ଯାଆଁଳା ଭାଇ ଜିନସନ ମଧ୍ୟ ଅଛି l ସେ ବ୍ରିଟେନ ରେ ରହୁଛନ୍ତି l ଏବଂ ତାଙ୍କର ଗୋଟିଏ ଭଉଣୀ ଯିଏକି ଆୟାରଲ୍ୟାଣ୍ଡ ରେ ରୁହନ୍ତି l
